ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  : ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ଅଧିନ ବୁଚିଆଗୁଡା ଗାଁର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ରବିବାର ଘରୁ ଉଦ୍ଧାର କରାଯାଇଛି ।  ସୂଚନା ଅନୁସାରେ କଣ୍ଟାମାଳ ପଂଚାୟତ ଅଧିନ ବୁଚିଆଗୁଡା ଗାଁର ସ୍ୱାମୀ ଜଗବନ୍ଧୁ ଗୌଡ଼ ଓ ସ୍ତ୍ରୀ କମଲଦେଇ ଗୌଡ଼(୨୫) ଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡ଼ା ଲାଗି ରହିଥିବାରୁ ଗତ ଶନିବାର ରାତ୍ର ୧.୩୦ରେ ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ନେଇ ମୃତ କମଲଦେଇଙ୍କ ବାପା ମଇଦଲପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ମଇଦଲପୁର ଓ ପାପଡାହାଣ୍ଡି ପୁଲିସ ପହଞ୍ଚô ତଦନ୍ତ କରିଛି । ଘଟଣାସ୍ଥଳରେ ଏସଡିପିଓ ସତ୍ୟଜିତ କାଣ୍ଡାନକେଲ, ସାଇଣ୍ଟିଫିକ ଟିମ୍,  ତହସିଲଦାର ପହଞ୍ଚô ତଦନ୍ତ ଚାଲିଥିବା  ମଇଦଲପୁର ଥାନା ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ସ୍ୱାମୀ ଜଗବନ୍ଧୁ ଗୌଡ଼ଙ୍କୁ ପଚରା ଉଚରା ପାଇଁ ମଇଦଲପୁର ଥାନାରେ ଅଟକ ରଖାଯାଇଛି । ୬୯/୨୦୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି ମଇଦଲପୁର ଥାନା ଅଧିକାରୀ ବିପିନ କୁମାର କୁଲଦୀପ ।