ଦୋକାନରୁ ଚୋରି : ପୁଲିସର ତନାଘନା
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବ୍ୟବସାୟିକ କେନ୍ଦ୍ର ଉଦ୍ୟାନବନ୍ଧ ଜାତୀୟ ରାଜପଥ ୩୫୩ କଡ ଦୋକାନମାନଙ୍କରୁ ଚୋରି ଘଟଣା ସାଧାରଣ ରେ ଆତଙ୍କ ସୃଷ୍ଟି କରିଛି । ଗତ ରାତିରେ ଉଦ୍ୟାନବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପେକ୍ସର ଦୋକାନ ସମୂହର ଲୁହା ସଟର ଭାଙ୍ଗିବା ସହ ତାଲା କାଟି ଓ ସିନ୍ଧି ଖୋଲି ଚାରିଟି ଦୋକାନରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି । ଚୋର ଚତୁରତାର ସହ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କକୁ ନେଇ ଫେରାର ହୋଇଯାଇଥିବାବେଳେ ଅଟୋ ପାର୍ଟସ, ମୋବାଇଲ ଫୋନ, ଫୋଟୋ ଷ୍ଟୁଡିଓ ଓ କୃଷି ଉପକରଣ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିଥିବା ସ୍ପଷ୍ଟ ହୋଇନଥିବା ବେଳେ ଉକ୍ତ ଦୋକାନମାନଙ୍କରେ ଥିବା ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ନୂଆପଡା ଆରକ୍ଷୀ ଅଧିକାରୀ ଜି. ରାଘବେନ୍ଦ୍ର ରେଡ୍ଡୀ ଘଟନସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ପାଇଁ କୋମନା ଆଇଆଇସିଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ନୂଆପଡାରୁ ସନ୍ଧାନୀ କୁକୁର ପହଞ୍ଚôବା ପରେ ଆଇଆଇସି ସୁମନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଚୋରଙ୍କ କୌଣସି ଟେର ମିଳିପାରିନଥିବା ଜଣାପଡିଛି । ଚୋର ଉପଦ୍ରବରୁ ରକ୍ଷା ପାଇଁ ଉଦ୍ୟାନବନ୍ଧ ଠାରେ ଏକ ପୁଲିସ ବିଟ ଖୋଲାଯିବା ସହ ନିୟମିତ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।