ରକ୍ତଦାନ ଶିବିର

 ଜୟପୁର :  ଜୟପୁର ରୋଟାରୀ କ୍ଲବ ପ୍ରାଇଡ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ବାସବି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରୋଟାରୀ ପ୍ରାଇଡ୍ ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକଙ୍କ ତତ୍ତ୍ୱାବଧାନରେ କ୍ଲବର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ରକ୍ତଦାନ ପ୍ରବର୍ତ୍ତକ ପ୍ରମୋଦ ରାଉଳ ଏବଂ ଜିଲ୍ଲା ଚିକିସôାଳୟ ରକ୍ତ ଭଣ୍ଡାରର ଡାକ୍ତର ଏସ ଏସ ମିଶ୍ରଙ୍କ ସହ କର୍ମଚାରୀ ଏବଂ ଭିଡି କଲେଜ ଏନ୍ସିସି ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଏହି ଶିବିରରେ ସମୁଦାୟ ୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।