ମା’ ସମଲେଇ ମନ୍ଦିରରେ ବ୍ୟବହାର ହେବ ଓମ୍ଫେଡ୍ ଘିଅ

ସମ୍ବଲପୁର : ମା’ ସମଲେଇ ମନ୍ଦିରରେ ବ୍ୟବହାର ହେବ ଓମ୍ଫେଡ୍ ଘିଅ । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିରର ପବିତ୍ରତା ଓ ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ କହିଛି। ଏଣିକି ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ଓମ୍ଫେଡ୍ ଘିଅ ବ୍ୟବହାର ହେବ ।