ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡପୂଜା ନେଇ ଚୂଡାନ୍ତ ପ୍ରସ୍ତୁତି
ବଡ଼ସାହି: ଉତ୍ତର ଓଡ଼ିଶାର ପ୍ରତ୍ୟକ୍ଷ ଅଗ୍ନି ଦେବୀ ମା’ହିଙ୍ଗୁଳା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତର କଉଡ଼ିଖଣି ଶାଳ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷ ହେଲାଣି ପୂଜା ପାଇ ଆସୁଛନ୍ତି । ଉକ୍ତ ସ୍ଥାନରେ ମନ୍ଦିର ମଧ୍ୟରେ ମା’ଙ୍କୁ ପ୍ରତିଷ୍ଠିତ କରାଯାଇଥିବା ବେଳେ ପ୍ରଚଳିତ ପ୍ରଥାନୁଯାୟୀ ଅଗ୍ନି ପୂର୍ଣ୍ଣିମା ପରେ ପ୍ରଥମ ମଙ୍ଗଳବାର କିମ୍ବା ଶନିବାର ଦିନ ମା’ଙ୍କର ବାର୍ଷିକ ବଡ଼ପୂଜା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଆସନ୍ତା ୧୫ତାରିଖ ଶନିବାର ବଡ଼ ପୂଜା ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚôଛି । ବଡ଼ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନିୟନ୍ତ୍ରଣ ନିମନ୍ତେ ଗତ ୨/୩ ବର୍ଷ ହେଲାଣି ବଡ଼ ପୂଜା ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇ ମେଳାର ବୃଦ୍ଧି କରାଯାଉଛି । ଆସନ୍ତା ୧୨ତାରିଖରୁ ହିଙ୍ଗୁଳା ମେଳା ଆରମ୍ଭ ହୋଇ ୧୫ ତାରିଖରେ ବଡ଼ ପୂଜା ଦିନ ପୂର୍ଣ୍ଣାହୁତି ପରେ ମେଳା ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ, ୬ ଇନ୍ସପେକ୍ଟର, ୧୦ ସବ୍ଇନ୍ସପେକ୍ଟର ସହିତ ୨ ଜଣ ଉପରିସ୍ଥ ଅଧିକାରୀ ନିୟୋଜିତ ହେବା ସମ୍ପର୍କରେ ପୁଲିସ ସୂତ୍ରରୁ ଜଣାଯାଇଛି । ଅନ୍ୟାନ୍ୟ ଦିଗରେ ମେଳା ପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ତତ୍ପରତାର ସହିତ ସବୁପ୍ରକାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚô ସାରିଛି ବୋଲି ଟ୍ରଷ୍ଟି ସୁନିଲ କୁମାର ଦାଶ ପ୍ରକାଶ କରିଛନ୍ତି ।