ରାଜ୍ୟସ୍ତରୀୟ ପାଲା ଉସବ
ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉସôବ ଉଦ୍ଘାଟିତ ହୋଇଯାଇଛି । ଏହି ଉସôବର ଉଦେ୍ଦଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟକୁ ଆଧୁନିକ ଯୁଗରେ ଲୋକାଭିମୁଖ କରିବା ପାଇଁ ଓ କଳାକାରଙ୍କୁ ଉସôôାହିତ ଏବଂ ସମ୍ମାନର ସହ ଆଗକୁ ଆଣିବା । ସାହିତ୍ୟ ଓ ସାରସ୍ୱତ ସାଧନା ମାଧ୍ୟମରେ ବିଭିନ୍ନ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଉଥିଲା ପାଲା । ସାଂପ୍ରତିକ ଯୁଗରେ ମଧ୍ୟ ବିପଥଗାମୀ ସମାଜକୁ ସରସ ସୁନ୍ଦର ଓ ପରିମାର୍ଜିତ କରିବା ପାଇଁ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଉସôବକୁ ସାରସ୍ୱତ ସାଧକ ତଥା ସଂସ୍କୃତ ଗବେଷକ ସୁରେଶ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ସରପଂଚ ଜନ୍ମଜୟ ମେହେର, ବରିଷ୍ଠ କ୍ରୀଡାବିତ୍ ବିଜୟ କୁମାର ଜାନି, ଶିକ୍ଷାବିଦ୍ ନିମାଇଁ ପାଣିଗ୍ରାହୀ, ସମବାୟ ସଂପାଦକ ପ୍ରମୋଦ କର୍ମୀ ପ୍ରମୁଖ ମଂଚାସିନ ଥିଲେ ।