ପୱନ ଅଗ୍ରୱାଲ ସମ୍ବର୍ଦ୍ଧିତ
ବଲାଙ୍ଗିର: ଦୈନିକ ଖବର କାଗଜ ଉକ୍ରଳମେଲର ୩୭ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଉକ୍ରଳମେଲ୍ ପ୍ରତିନିଧି ପୱନ ଅଗ୍ରୱାଲଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ଉକôଳମେଲ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ରଳମେଲ୍ ମୁଖ୍ୟ ସମ୍ପାଦକ ଡ. ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀଅତିଥି ଏମ୍ବିସି ଟିଭି ମୁଖ୍ୟ ଡ. ବଦ୍ରୀନାଥ ପଟ୍ଟନାୟକ, ସାମ୍ବାଦିକ ଅଶୋକ ପଣ୍ଡା, ଉକôଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି କର ଶ୍ରୀ ଅଗ୍ରୱାଲଙ୍କୁ ସମ୍ମାନିତ କରିଛନ୍ତି ।