ଆର୍ଥିକ ସ୍ୱାକ୍ଷରତା ଓ ଆଇନ ସଚେତନତା
କେନ୍ଦ୍ରାପଡା : ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଉପଲକ୍ଷେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସଦ୍ଭାବନା ଗୃହରେ ଆର୍ଥିକ ସ୍ୱାକ୍ଷରତା ମହିଳା ସମ୍ବନ୍ଧିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ଏଲ୍ଡିଏମ୍ ମନୋଜ ପ୍ରଧାନୀ, ଓରମାସର ଅତିରିକ୍ତ ସିଇଓ ନିରୋଧ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ଜିଲ୍ଲା ସୁରକ୍ଷା ଅଧିକାରୀ ଭାରତୀ ବେହେରା, କୈଶୋର ସଶକ୍ତି କରଣ ସଂଯୋଜିକା ଅମିତା ସିଂହ ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ଆର୍ଥିକ ସ୍ୱାକ୍ଷରତା ଓ ଆଇନ ସଚେତନତା ଉପରେ ଆଲୋକପାତ କରିଥିଲେ ।