ଦୃଷ୍ଟି ବାଧିତ ସ୍କୁଲର ପ୍ରତିଷ୍ଠା ଦିବସ
କେନ୍ଦ୍ରାପଡା : ଜିଲ୍ଲାର ସର୍ବ ପୁରାତନ ସ୍ୱତନ୍ତ୍ର ବିଦ୍ୟାଳୟ ପୌର ସଂସ୍ଥା ଦୃଷ୍ଟି ବାଧିତ ସ୍କୁଲର ୩୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ ନାୟକ, ମୁଖ୍ୟବକ୍ତା ଅଜିତ ନାରାୟଣ ପ୍ରସାଦ ଗିରି, ସମ୍ମାନିତଅତିଥି ସମାଜସେବୀ ସମୀର ଚାନ୍ଦ, ଅଧ୍ୟାପିକା ସଶ୍ମିତା ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଯୋଗଦେଇ ସର୍ବ ପୁରାତନ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ଅରୁଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ଏହି ସ୍କୁଲକୁ ଆଗକୁ ନେବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ସୋନାଲିକା ସ୍ୱାଇଁ, ସଶ୍ମିତା ରାଉତ, ମହେନ୍ଦ୍ର ସିଂ, ଗୀତା ଦାସ, ମନୋଜ ବେହେରା, ଅଲେଖ ଜେନା, ବିକାଶ ଦାସ, ମାନିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଭରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।