ମାଟିଖୋଳା ଅଭିଯୋଗରେ ୩ ଗିରଫ 

ଦାନଗଦୀ  : କଳିଙ୍ଗନଗର ଥାନା କଇଥା ଗ୍ରାମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ଚଢାଉ କରିଥିଲା । ଏହି ସମୟରେ ମାଟି ପରିବହନ କରୁଥିବା ୩ଟି ହାଇବା, ଏକ ପ୍ରୋକଲିନ୍ ମେସିନକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ପୁଲିସ କେସ ନମ୍ବର ୧୧୪/୨୫ରେ ହାଇବା ଚାଳକ କେନ୍ଦୁଝର ଜିଲା ପାଟଣା ଥାନା ଡାଳପକା ଗ୍ରାମର ଭକ୍ତବନ୍ଧୁ ମହାନ୍ତ (୩୭) ଓ ସେହି ଗ୍ରାମର ଚାଳକ ରଞ୍ଜିତ ମହାନ୍ତ (୩୦) ଏବଂ ଉକ୍ତ ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମର ଚାଳକ ସୁବର୍ଣ୍ଣ ମହାନ୍ତଙ୍କୁ ଗିରଫ କରିଛି ।