ଚିନ୍ତାମଣି ସର୍ବଭାରତୀୟ ସାମ୍ବାଦିକ ସଂଗଠନର ସମ୍ପାଦକ 

ବ୍ୟାସନଗର : ସର୍ବଭାରତୀୟ ସାମ୍ବାଦିକ ସଂଗଠନ ନେସନାଲ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟସ୍‌ ଇଣ୍ଡିଆର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭାବେ ସାମ୍ବାଦିକ ଡ଼. ଚିନ୍ତାମଣି ପାଢୀଙ୍କୁ ନିଯୁକ୍ତି ମିଳିଛି । ଆନ୍ଧ୍ର ପ୍ରଦେଶର ବିଜୟବାଡ଼ା ସ୍ଥିତ ହୋଟେଲ ଇଲାପୁରାମ ଠାରେ ଏନ୍‌ୟୁଜେର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଗତ ୬ ଓ ୭ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ୨୬ଗୋଟି ରାଜ୍ୟର ଜାତୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଜାତୀୟ ସମ୍ପାଦକ ବବୁଲ ସିଂ, ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଉପ ସଭାପତି ବାସୁଦେବ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଉଦୟନାଥ ଖଣ୍ଡାଇ, ପ୍ରୟାଗରାଜ କର, ଦିଲ୍ଲୀପ ମିଶ୍ର, ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଏଠାରେ ଡ଼. ପାଢ଼ୀଙ୍କୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଛି  । 
ଏନ୍‌ୟୁଜେର ପୂର୍ବାଞ୍ଚଳ ଆସାମ, ମଣିପୁର, ତ୍ରିପୁରା, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନା ରାଜ୍ୟ ସଂଗଠନ ଗୁଡ଼ିକୁ ସୁଦୃଢ କରିବା ପାଇଁ ଡ଼. ପାଢ଼ୀ ନିଷ୍ଠାର ସହ କାର୍ଯ୍ୟ କରି ଏନ୍‌ୟୁଜେ ଓ ଏସୟୁଜେ ଓଡ଼ିଶା ସମ୍ମାନ ବୃଦ୍ଧିରେ ସହାୟକ ହେବେ ବୋଲି ଏନ୍‌ୟୁଜେ ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା, ରାଷ୍ଟ୍ରୀୟ ମହାସଚିବ ତ୍ରିଯୁଗ ନାରାୟଣ ତିୱାରୀ ମତ ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି ।