ବିଲରେ ଯୁବକ ମୃତ

 ଯାଜପୁର ଟାଉନ : ଯାଜପୁର ବ୍ଲକ ବିଚିତ୍ରପୁର ଗ୍ରାମର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୁଅ ରଞ୍ଜନଙ୍କ ବିଲରେ ପଡ଼ି ମୃତୁ୍ୟ ଘଟିଛି । ଖବର ମତେ ରଞ୍ଜନ ସକାଳୁ ବିଲକୁ ଯାଇଥିଲେ । ରଞ୍ଜନର ବଡ଼ ଭାଇ ଅକ୍ଷୟ ଗ୍ରାମବାସୀ ଠାରୁ ଖବର ପାଇ ତୁରନ୍ତ ତାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରିଥିଲୋ ମାତ୍୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରଞ୍ଜନ ପାଣିରେ ବୁଡ଼ି ପ୍ରାଣ ହରାଇଥିବା କିମ୍ବା କୌଣସି ଜନ୍ତୁ କାମୁଡ଼ିବା ଦ୍ୱାରା ତାର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ଯାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।