ଧର୍ମପ୍ରାଣା ମହିଳାଙ୍କ ପରଲୋକ
ବ୍ରହ୍ମବରଦା : ବ୍ରହ୍ମବରଦା ପଞ୍ଚାୟତ ନୂଆକୂଳ ଗ୍ରାମର ଧର୍ମପ୍ରାଣା ମହିଳା ବାଙ୍ଗିରି ବେହେରା(୮୬)ଙ୍କ ପରଲୋକ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକ ଖବର ପ୍ରସାରିତ ହେବାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବେହେରା ଜଣେ ସ୍ନେହୀ, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଶୋକାକୁଳ ପରିବେଶରେ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ, ପୁଅ ହେମନ୍ତ ମୁଖାଗ୍ନି ଦେଇଥିଲେ ।