ମାଦକ ଦ୍ରବ୍ୟ ବିରୋଧରେ ୱାକାଥନ୍ 

 ଭୁବନେଶ୍ୱର : ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଅନୁଷ୍ଠିତ ହୋଇଛି । ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଉଦ୍ଘାଟନ କରି ବର୍ତ୍ତମାନର ଯୁବସମାଜକୁ ବେଆଇନ ମାଦକ ଦ୍ରବ୍ୟ କବଳରୁ ଦୂରେଇ ରଖି ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବା ଜରୁରୀ ବୋଲି କହିଥିଲେ । ବିଭାଗୀୟ କମିଶନର ଗୁହା ପୁନମ ତାପସ କୁମାର, ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ, ଓଡିଶା ରାଜ୍ୟ ପାନୀୟ ନିଗମ ଲିଃର  ପରିଚାଳନା ନିଦେ୍ର୍ଦଶକ ଅମ୍ବର କରଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ ।