ଅଭିନେତା-ନିଦେ୍ର୍ଦଶକ ନାରାୟଣ ପତିଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଜଗତର ଜଣେ ଧୂରୀଣ ଅଭିନେତା- ନିର୍ଦେଶକ ନାରାୟଣ ପତିଙ୍କ ପରଲୋକ ହୋଇଛି । ଅସୁସ୍ଥତା ଯୋଗୁଁ ତାଙ୍କୁ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ନିଦେ୍ର୍ଦଶିତ ଶେଷ ଚଳଚ୍ଚିତ୍ର ଥିଲା ‘ବୋଉର ହାତବାକ୍ସ' । ଝିଅ ଜ୍ୱାଇଁ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାପ୍ରାପ୍ତ ଶ୍ରୀ ପତି ମଞ୍ଚ ଓ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା ଥିଲେ । ସତୁରୀ ଦଶକରେ ସେ ଜନତା ରଙ୍ଗମଞ୍ଚରୁ ଅଭିନୟ ଆରମ୍ଭ କରିଥିଲେ । ୧୯୮୦ରେ ଏନ୍ଏସ୍ଡିରୁ ସେ ଶିକ୍ଷାପ୍ରାପ୍ତ ହୋଇ ଅନ୍ୱେଷଣ ନାମରେ ନାଟ୍ୟସଂସ୍ଥା ଗଢ଼ିଥିଲେ । ବିଭିନ୍ନ କର୍ମଶାଳା ମାଧ୍ୟମରେ ସେ ନାଟ୍ୟ ଶିକ୍ଷା ଦେଉଥିଲେ । ବ୍ରଜରାଜ ମୁଭିଜ୍ର ‘ଲକ୍ଷେ ଶିବ ପୂଜି ପାଇଚି ପୁଅ' ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ ପ୍ରଦର୍ଶନ ନ କରି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଜଣେ ଦକ୍ଷ କଳାକାରଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଛି ।