କମିଶନରେଟ୍ ପୁଲିସ ପାଳିଲା ୭୮ ତମ ସ୍ୱାଧୀନତା ଦିବସ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୧୬ା୮ : ଗତକାଲି ଭୁବନେଶ୍ୱର କମିଶନରେଟ୍ ପୁଲିସ ତରଫରୁ ୭୮ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ଭୁବନେଶ୍ୱର ପୁଲିସ ସେବା ଭବନକୁ ତ୍ରିରଙ୍ଗା ରଙ୍ଗର ଆଲେଶକ ମାଳାରେ ସୁସଜ୍ଜିତ କରାଯିବା ସହିତ ସର୍ବସାଧାରଣଙ୍କ ନିମନ୍ତେ ଏକ ସାଂସ୍କୁତିକ କାର୍ଯ୍ୟକ୍ରମ '' ମା ତୁଝେ ସଲାମ''ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର - କଟକ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ଭୁବନେଶ୍ୱର ପ୍ରତୀକ ସିଂହ ତଥା ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଗଣ ଯୋଗ ଦେଇଥିବା ବେଳେ, ଅରୁନ୍ଧତୀ ଜୁଏଲାରୀର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର, ସଙ୍ଗୀତ ନିଦେ୍ର୍ଦଶକ ପ୍ରେମ ଆନନ୍ଦ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିଲେ । ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଶୀତଲ ପାତ୍ର, ଓଡ଼ିଆ ଗୀତିକାର ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତିର ଡ୍ୟାନ୍ସ ଗ୍ରୁପ୍ ତଥା ଆରଡ଼ିଏକ୍ସ ଡ୍ୟାନ୍ସ ଗ୍ରୁପ୍, ମିଲନ ଡ୍ୟାନ୍ସ ଗ୍ରୁପ୍, ଆର.କେ ଡ୍ୟାନ୍ସ ଗ୍ରୁପ୍, ଲକ୍ଷ୍ମୀସାଗର ଡ୍ୟାନ୍ସ ଗ୍ରୁପ୍, ତାରିଣୀ ଡ୍ୟାନ୍ସ ଗ୍ରୁପ୍ ଏବଂ ପଳାଶୁଣି ମୁଣ୍ଡା ସାହି ଡ୍ୟାନ୍ସ ଗ୍ରୁପ୍ ନିଜ ନିଜର ଉଚ୍ଚ କୋଟିର ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ଅସ୍ମିତା ସାହୁ, ରୋଜାଲିନ ଫଟୁଆରୀ, ସତ୍ୟଜିତ୍ ଦାସ ଏବଂ କଟକ ହରିଣପାର୍କ ବସ୍ତିର ଆଶାଲତା ଗୁରୁଂ ପ୍ରମୁଖ ସଙ୍ଗୀତ ପରିବେଷଣ କରି ଅତିଥି ତଥା ଦର୍ଶକଙ୍କ ମନ ମୋହିଥିଲେ । ବିଶେଷ କରି ଏସିପି କୃଷ୍ଠ ଚନ୍ଦ୍ର ସେଠୀଙ୍କର ସଙ୍ଗୀତ ପରିବେଷଣ ଦର୍ଶକ ମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଉପରକ୍ତ ନାମୀ ଦାମୀ କଳାକାରମାନେ ବସ୍ତି କଳାକାରଙ୍କ ସହ ସେଲଫି ଫଟୋ, ଭିଡ଼ିଓ ଆଦି ଉଠାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ଗତ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ଉନ୍ନତ ପଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀ ବିଷ୍ଠୁ ପ୍ରସାଦ ଶ୍ରୀଚନ୍ଦନ, ମନୀଷା କୁମାରୀ ପାତ୍ର, ସ୍ମୁତି ସମାପିକା ଓ ରିତୁଲ ନାୟକ ଏବଂ +୨ ପରିକ୍ଷାରେ ଅଧିକ ନମ୍ବର ରଖି ପାସ କରିଥିବା କୃତୀ ଛାତ୍ରଛାତ୍ରୀ ଚୌଧୁରୀ ଏନ୍ ପ୍ରଥମ ଏବଂ ପ୍ରଜ୍ଞା ପରମିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଜାତୀୟ ସ୍ତରରେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି କିକ ବକ୍ସିଙ୍ଗରେ ସ୍ୱର୍ଣ୍ଣପଦକ ବିଜେତା ସନ୍ତୋଷ ଦାଶ ଏବଂ ଆଇ ବକ୍ସିଙ୍ଗରେ ସ୍ୱର୍ଣ୍ଣପଦକ ବିଜେତା ରୁଦ୍ରନାରାୟଣ ଭୋଳଙ୍କୁ କମିଶନରେଟ୍ ପୁଲିସ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତ ବସ୍ତି ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ କାମନା କରାଯାଇଥିଲା ।