ମିଲରଙ୍କ ମନମାନି : ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ
ବିଞ୍ଝାରପୁର/ସିଂହପୁର: ମିଲର ନେଉନି । ଯାହାଫଳରେ ସମବାୟ ମନ୍ତ୍ରୀଙ୍କ ଜିଲ୍ଲା ଯାଜପୁରର ବିଭିନ୍ନ ମଣ୍ଡିରେ ପଡ଼ି ରହୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ମିଲନ ନେଉ ନଥିବାରୁ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତାରୋକକୁ ଓହ୍ଲାଇଲେ ଚାଷୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରିଆ କୃଷି ସମବାୟ ସମିତିରେ ଚାଷୀ କ୍ୱିଣ୍ଟାଲ କ୍ୱିଣ୍ଟାାଲ ଧାନ ଟୋକନ କରି ଆଣି ରଖିଥିଲେ ମଧ୍ୟ ଗାଡ଼ି ଆସୁନି କି ଧାନ ଉଠୁନି । ମିଲର ଗାଡ଼ି ଛାଡ଼ୁ ନଥିବାରୁ ଟୋକନ ଲାପ୍ସ ହେବା ଅଭିଯୋଗ କରି ରାସ୍ତା ଉପରେ ଧାନ ବସ୍ତା ରଖି ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଚାଷୀ । ଯାହାଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଧାନ ନ ଉଠିଲା ପର୍ଯ୍ୟନ୍ତ ରାସ୍ତା ରୋକ୍ ରହିବ ବୋଲି ଚେତାବନୀ ଦେଇ ବସିଥିଲେ ଚାଷୀ । ରାସ୍ତା ଦୀର୍ଘ ତିନି ଘଣ୍ଟ ଅବରୋଧ ପରେ ତହସିଲଦାର, ଯୋଗାଣଅଧିକାରୀ, ଥାନା ଅଧିକାରୀ ପହଞ୍ଚô ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଳରୁ ଉଠିଥିଲେ ଚାଷୀ । ଆଗାମୀ ତିନି ଦିନ ଭିତରେ ଦାବି ପୂରଣ ନହେଲେ ପୁନର୍ବାର ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।