ଦନ୍ତ ଚିକିତ୍ସା ଶିବିର
ବାଲିଚନ୍ଦ୍ରପୁର : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବରଦା ଠାରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦଶରଥ ସାମଲ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଡା.ସରୋଜ କୁମାର ବେହେରା ଯୋଗ ଦେଇ ଦନ୍ତ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସେହିପରି ଅନ୍ୟତମ ଅତିଥି ହିମାଂଶୁ ଭୁଷଣ ଜେନା ଯୋଗ ଦେଇ ନିଶା ନିବାରଣ ଉପରେ ସଚେତନତା କରିଥିଲେ । ଶିବିରରେ କଟକ ବଡ ମେଡିକାଲ ଦାନ୍ତ ମହାବିଦ୍ୟାଳୟର ଡାକ୍ତର ଏଚ.କେ ରୁବିନା, ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଜୟବିର ଶାହା ଏବଂ ଜୟଦେବ ବେହେରା ଯୋଗ ଦେଇ ଶତାଧିକ ରୋଗୀଙ୍କ ଦାନ୍ତ ଚିକିତ୍ସା କରି ୬୦ଏରୁ ଅଧିକ ରୋଗୀଙ୍କ ଦାନ୍ତ ଉପାଡି ଔଷଧ ବିତରଣ କରିଥିଲେ । ଶିବିର ପରିଚାଳନାରେ ଶିକ୍ଷକ ରମେଶ କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉମାକାନ୍ତ ରାଉତ, ଅନିରୁଦ୍ଧ ନନ୍ଦ, ରମେଶ ଭୁୟାଁ, ସୁବାସ ପତି, ଗୌରାଙ୍ଗ ଷଢଙ୍ଗୀ, ରଶ୍ମିରଞ୍ଜନ ନାଏକ ସରୋଜ ପଲେଇ ଏବଂ ସତ୍ୟବ୍ରତ ସାହୁ ସହଯୋଗ କରିଥିଲେ । ଔଷଧ ବିତରଣରେ ଫାର୍ମାସିଷ୍ଟ ମନୋଜ କୁମାର ସ୍ୱାଇଁ ଏବଂ ସତ୍ୟରଞ୍ଜନ ବେହେରା ସହଯୋଗ କରିଥିଲେ ।