ମିଶନଶକ୍ତି ସଚିବଙ୍କ ବିଭିନ୍ନ ଯୋଜନା ସମୀକ୍ଷା 


ାା ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା
ଦିନିକିଆ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗସ୍ତରେ ଆସି ସରକାରୀ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ଓ ମିଶନଶକ୍ତି ସଚିବ ଶାଳୀନ ପଣ୍ଡିତ । ପୂର୍ବାହ୍ନରେ ସଚିବ ପ୍ରଥମେ ବାଘମାରୀ ପଞ୍ଚାୟତର ବାମଡିହ ଠାରେ ଥିବା ଏସି କୁକୁଡା ଫାର୍ମ ପରିଦର୍ଶନ କରିବା ସହ କିପରି ସରକାରୀ ସହାୟତା ଦ୍ୱାରା ଉଦ୍ୟୋଗୀମାନେ ଲାଭବାନ ହୋଇଛନ୍ତି ଏବଂ ସେମାନେ ସରକାରଙ୍କ ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ସ୍ଥାନୀୟ ବେକାର ଯୁବକ,ଯୁବତୀ ମାନଙ୍କୁ ନିକ୍ଷୁକ୍ତି ସୁଯୋଗ ସୁଷ୍ଟି କରିଛନ୍ତି ସେ ଉପରେ ଫାର୍ମ ପରିଦର୍ଶନ କରିବା ସହ ପ୍ରାଣୀଧନ ଚିକିସôକ ଏବଂ ଫାର୍ମ ମାଲିକ ସହ ଆଲୋଚନା କରିଛନ୍ତି । ପରେ ବେଗୁନିଆ ପଞ୍ଚାୟତ କୁଶୁପଲ୍ଲାସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଅଙ୍ଗନବାଡି କର୍ମୀ ଓ ପିଲା ମାନଙ୍କ ସହ ଭାବ ବିନିମୟ କରିଥିଲେ । କିପରି କାର୍ଯ୍ୟକ୍ରମ ଚାଲିଛି ସେ ବିଷୟ ଆଲୋଚନା କରିବା ସହ କୁପୋଷଣରୁ କିପରି ଶିଶୁମାନଙ୍କ ରକ୍ଷା ପାଇପାରିବ ସେ ବିଷୟ ଗୁରୁତ୍ୱାରୋପ କରିଥିଲେ । ସଚିବଙ୍କ ଗ୍ରସ୍ତ ସମୟରେ କୁଶୁପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପଳାଇ ଯାଇଥିବା ଦେଖି ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଶନିବାର ହୋଇଥିଲେ ସୁଦ୍ଧା ସାଢେ ୧୨ ପର୍ଯ୍ୟନ୍ତ ସ୍କୁଲ ଭିତରେ ଶିକ୍ଷକ,ଶିକ୍ଷୟିତ୍ରୀ ରହିବା ପାଇଁ କଡା ନିଦେ୍ର୍ଦଶ ଥିବା ବେଳେ କିପରି ଶିକ୍ଷକ,ଶିକ୍ଷୟିତ୍ରୀମାନେ ପଳାଇଥିଲେ ତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତତକ୍ଷଣାତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଚିବ ମେଗା ଜଳ ପ୍ରକଳ୍ପ ପରିଦର୍ଶନ କରିବା ପରେ ରାଉତପଡା ସ୍ଥିତ ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀ,ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ହିତାଧି କାରୀଙ୍କ ସହ ଆଲୋଚନା କରିବା ସହ ବୁଣାକାର ସହାୟତାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।