ବେଦାନ୍ତର ‘ଫିଟନେସ୍-କମ୍-ଆମୁ୍ୟଜମେଣ୍ଟ ପାର୍କ’
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରାୟଗଡ଼ାର ହାତମୁନିଗୁଡ଼ାରେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲର ୭୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉସôର୍ଗୀକୃତ ଫିଟନେସ୍-କମ୍-ଆମୁ୍ୟଜମେଣ୍ଟ ପାର୍କ ବିକଶିତ କରିଛି । ବିଭିନ୍ନ ପ୍ରକାରର ଖେଳ ଏବଂ ଫିଟନେସ୍ ସୁବିଧା ସହିତ ସଜ୍ଜିତ ଏହି ପାର୍କଟି ଶାରୀରିକ କାର୍ଯ୍ୟକଳାପ, ମନୋରଞ୍ଜନ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋସôାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବେଦାନ୍ତ ସିଜିମାଲି ବକ୍ସାଇଟ୍ ମାଇନ୍ସର ଉପାଧ୍ୟକ୍ଷ ଏବଂ ମୁଖ୍ୟ ପ୍ରତୀକ କୁମାର ଏହି ପାର୍କର ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦ ଏକର ଜମିରେ ୨୦୦୮ ମସିହାରେ ପ୍ରତିଷ୍ଠିତ ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରେ । ଏହାର ସମସ୍ତ ଛାତ୍ରଛାତ୍ରୀ ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ସମେତ କୋରାପୁଟ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି । ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ସମ୍ପ୍ରଦାୟ ବିକାଶ ଭିତ୍ତିଭୂମିଠାରୁ ଅଧିକ - ଏହାର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାରେ ଥାଏ । ଏହି ଫିଟନେସ୍-କମ୍-ମନୋରଞ୍ଜନଭିତ୍ତିକ ପାର୍କ ପିଲାମାନଙ୍କୁ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ଏକ ଆନନ୍ଦଦାୟକ ପରିବେଶ ଯୋଗାଇଦେବା ଯାହା ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରେ ।”