ନାର୍କୋ କୋର୍ଡିନେସନ ସେଣ୍ଟରର ରାଜ୍ୟସ୍ତରୀୟ ବୈଠକ  : ନଷ୍ଟ ହୋଇଛି ୨୭,୭୨୧ ଏକର ଗଞ୍ଜେଇ

 ଭୁବନେଶ୍ୱର : ନିଷେଧ ନିଶା ଦ୍ରବ୍ୟର ବେଆଇନ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନ ନାର୍କୋ କୋର୍ଡିନେସନ ସେଣ୍ଟର ପକ୍ଷରୁ ଆଜି ୫ମ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପୁଲିସ୍ ଡିଜି ୱାଇବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋର ଉପ-ମହା ନିଦେ୍ର୍ଦଶକ ହିତେଶ ଗୋଦାରା, ଅବକାରୀ ବିଭାଗ କମିଶନର ଗୁହା ପୁନମ ତାପସ କୁମାର ଯୋଗ ଦେଇଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋର ଅନ୍ୟ ବରିଷ୍ଠ ଅଧିକାରୀ, ରାଜ୍ୟ ପୁଲିସ ପ୍ରଶାସନ, ଅବକାରୀ ବିଭାଗ, ବିଭିନ୍ନ ଜିଲ୍ଲାରୁ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଭାସୀ ଯୋଗେ ବୈଠକରେ ଉପସ୍ଥିତ ଥିଲେ ।
ଇ-ଗଭର୍ଣ୍ଣାସ୍ ପୋର୍ଟାଲ ଅନୁଯାୟୀ ୬୨,୩୮୩ ଜଣ ନିଜକୁ, ନିଜ ପରିବାର ଓ ପ୍ରିୟଜନଙ୍କୁ ମାଦକ ପଦାର୍ଥକୁ ଦୂରରେ ରହି ସୁସ୍ଥ ଓ ନିରୋଗ ଜୀବନ ଉପଭୋଗ କରିବାର ଶପଥ ନେଇଛନ୍ତି । ସମସ୍ତ ମହାବିଦ୍ୟାଳୟମାନଙ୍କୁ ଆଣ୍ଟି-ଡ୍ରଗ୍ସ ଶପଥ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପତ୍ର ପ୍ରେରଣ କରାଯାଇଛି । ଗତ ୨୦୨୪-୨୫ରେ ରାଜ୍ୟରେ ମୋଟ ୨୭,୭୨୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗତ ୨୦୨୩-୨୪ ରେ ପ୍ରାୟ ୧୦,୩୨୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୨୪-୨୫ ରେ ଏହା ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି ।  ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ଜନ ସଚେତନତା ବୃଦ୍ଧିକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସମଗ୍ର ଭାରତରେ ଡ୍ରଗ୍ସ ବିରୁଦ୍ଧରେ ସମ୍ମିଳିତ ପ୍ରୟାସ ନିମନ୍ତେ ମାଦକ ଦ୍ରବ୍ୟ ନିଷେଧ ସୂଚନା କେନ୍ଦ୍ର ଭାବରେ ସହାୟତା କେନ୍ଦ୍ର ଭାବରେ ନ୍ୟାସନାଲ ନାକୋଟିକ୍ସ ହେଲ୍ପଲାଇନ୍- ୧୯୩୩ (ମାନସ ପୋର୍ଟାଲ) କାର୍ଯ୍ୟ କରୁଛି । ଡିଜିପି ରାଜ୍ୟ ପୁଲିସ, ଅବକାରୀ ବିଭାଗ ସମନ୍ୱୟରେ ରାଜ୍ୟରେ ନିଶାଦ୍ରବ୍ୟ କାରବାର ଚୋରାଚାଲାଣ ସଫଳତା ସଂପର୍କରେ ପ୍ରକାଶ କରିଥିଲେ ।