ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରସ୍ତୁତି 

 ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣୀ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦେହିପରି ଜନ ଅଭିଯୋଗ ଶୁଣାଣୀ ଶିବିର ପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି  ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରାଜଧାନୀ ବାହାରେ ହେଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମହାନଗର ନିଗମର ପୌରାୟୁକ୍ତ ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ  ଭୋଇ  ଉପସ୍ଥିତ ଥିଲେ । ଅଭିଯୋଗ ପ୍ରକୋଷ୍ଠରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ୧୧ ଜଣ ମନ୍ତ୍ରୀ ରହିବେ ଉପସ୍ଥିତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣ  ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ  ଖୁଣ୍ଟିଆ, ଉଚ୍ଚÿ ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସାମିଲ ହେବେ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଅଭିଯୋଗକାରୀ ଆସିବେ  । ଅନ୍ଲାଇନ୍ ଓ ଅଫଲାଇନରେ ପାଖାପାଖି ୧୫୦୦ ଉର୍ଦ୍ଧ୍ୱ ଅଭଯୋଗକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀ ମାନେ ଭେଟିବେ । ବିଭାଗୀୟ ସଚିବ ଓ ମୁଖ୍ୟ ମାନେ ମଧ୍ୟ ରହିବେ ଅଭଯୋଗ ଶୁଣାଣି ସମୟରେ ଉପସ୍ଥିତ ରହିବେ । ଦିବ୍ୟାଙ୍ଗ ଓ ବୟସ୍କ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଲୋକଙ୍କ ଯିବାଆସିବା, ରହିବା, ପିଇବା ପାଣି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଣ, ଅଧିକାରୀ ଙ୍କ ବସିବା, ଅଭିଯୋଗକାରୀଙ୍କୁ ଭେଟିବା, ସୁରକ୍ଷା, ସମସ୍ତ ବ୍ୟବସ୍ଥା ସମ୍ପର୍କ ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମହାନଗର ନିଗମ ଜର୍ଯ୍ୟାଳୟ ରେ  ଆଲୋଚନା କରିଛନ୍ତି । ଦାମୋଦର କର, ମାନସ ରଞ୍ଜନ ବକ୍ସି , ସୁଶାନ୍ତ କୁମାର ପୁରୋହିତ, ପ୍ରଭୁଦତ୍ତ ପଣ୍ଡା, ସୂର୍ଯ୍ୟ ପାଢ଼ୀ, ରମେଶ ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଟେଲ, ନିରଞ୍ଜନ କିଶୋର ଦାସ, ମନୋଜ ପଲସନିଆଁ ପ୍ରମୁଖ ଉପସ୍ଥିତ ଥିଲେ  ।