ବାଇକ୍ ଚୋର ଗିରଫ 


 ବୋରିଗୁମ୍ମା : ଚଳିତ ମାସ ୧୧ତାରିଖ ଦିନ ହୋରୋପ୍ରିୟା ଦାସ ସ୍ୱାମୀ ସୁନୀଲ କୁମାର ସାହୁ ଙ୍କ ସ୍କୃଟି ଚୋରୀ ହୋଇଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ବୋରିଗୁମ୍ମା ପୋଲିସ ମାମଲା ୭୬/୨୫ ତାରିଖ ୧୧-୪-୨୫ ରେ ରୁଜୁ କରି ତଦନ୍ତ ଜାରି ରଖିଥିଲା । ବୋରିଗୁମ୍ମା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗ୍ରାମରେ ସୁନୀଲ କୁମାର ପଟ୍ଟନାୟକ ପିତା ଗଙ୍ଗାଧର ପଟ୍ଟନାୟକଙ୍କୁ ବାଇକ୍ ଚୋରି ଦଫା ୟୁ/ଏସ -୩୦୩(୨) ବିଏନଏସ.ରେ ଗିରଫ କରି କୋର୍ଟ ଚଲାନ କରିବା ସହ ଅଭିଯୁକ୍ତଙ୍କ ଠାରୁ ସ୍କୃଟି ଜାବତ କରିଥିବା ନେଇ କୋର୍ଟ ଚାଲାନ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ୱତା ପଦ୍ମା ସେଠି । ଉକ୍ତ ମାମଲାର ତଦନ୍ତ କାରି ଅଫିସର ଏଏସଆଇ ଚନ୍ଦ୍ର ପ୍ରସାଦ ମାଝୀ ।