'ମାଇନିଂ କଂପାନୀ ସହ ରହିଛି ମାଓ ଲିଙ୍କ୍ '

ଏଡିଜି ଅପରେସନ ପରେ ସୂଚନା ଦେଇଛନ୍ତି ସଞ୍ଜୀବ ପଣ୍ଡା । ତୁମୁଡିବନ୍ଧରୁ ପ୍ରାୟ ୧୦ଟନ୍ ବିସ୍ଫୋରକ ଜବତ । ୧୦ଟନ୍ ବିସ୍ଫୋରକ ଜବତ ପରେ ମିଳିଛି ସୁରାଗ । ଗୁଇନ୍ଦା ହାତରେ ସାଂଘାତିକ ସୁରାଗ ଲାଗିଥିବା ଜଣାପଡିଛି । ଖୁବଶୀଘ୍ର ଧରାପଡିବ ମାଷ୍ଟର ମାଇଣ୍ଡ କିଏ ? ମାଓବାଦୀଙ୍କୁ ଯୋଗାଣ ହେଉଥିବା ନେଇ ସନେ୍ଦହ କରାଯାଉଛି ।  ଏହି ଚାଲାଣର ଚେର ଆନ୍ଧ୍ରରୁ ଗଂଜାମକୁ ଲମ୍ବିଥିବା କହିଛନ୍ତି ସଞ୍ଜୀବ ପଣ୍ଡା ।   ଗତମାସରେ ମାଓ କ୍ୟାମ୍ପରୁ ପ୍ରାୟ ୬ଶହ ଡିଟୋନେଟର୍ ଜବତ କରାଯାଇଥିଲା । ତୁମୁଡିବନ୍ଧରୁ ମଧ୍ୟ ସେହି ସମାନ ବ୍ରାଣ୍ଡର  ଡିଟୋନେଟର୍ ଜବତ କରାଯାଇଛି । ମାଓବାଦୀଙ୍କୁ ଚାଲାଣ ସମ୍ଭାନର ରହିଛି । ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି  । ମାଓବାଦୀଙ୍କ ପାଖକୁ କିପରି ଯାଉଥିଲା , ଆମେ ତାହାର ତଦନ୍ତ କରୁଛୁ ।