ଲକ୍ଷାଧିକ ଟଙ୍କାର ଅଫିମ ଚାଷ ପୋଡ଼ିଲା ପୁଲିସ ଓ ପ୍ରଶାସନ
ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲ ବେଡା ଗ୍ରାମର ବୁରୁ ସାହିରେ ଲକ୍ଷ ଲକ୍ଷ ଟଙ୍କାର ଅଫିମ ଚାଷକୁ ପୁଲିସ ପ୍ରଶାସନ ଠାବ କରି ପୋଡିଛି । ପୋଡା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ମୂଲ୍ୟ ୪୨ ଲକ୍ଷ ହେବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ଠାକୁରମୁଣ୍ଡା ପୁଲିସ ପାଇଥିଲା । ପ୍ରାୟ ୧ ଏକର ଜମିରେ ଅତି ଯନôରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲା । ଏସଡ଼ିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୁଲିସ ଟିମ ସହ ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢାଉ ଆରମ୍ଭ କରିଥିଲେ । ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କରଙ୍କ ଉପସ୍ଥିତିରେ ୨୧୦୦୦ ଗଛ ଉଠାଯାଇ ପୋଡା ଯାଇଥିଲା । ପାହାଡ ତଳକୁ ଝରଣା ଲାଗି ଜଙ୍ଗଲ ଭିତରେ ଥିବା ଚାଷ ସ୍ଥାନଟି ରାଜସ୍ୱ ବିଭାଗ ଅଧୀନରେ ରହିଛି । ଅପରାହ୍ନରେ ଏସଡ଼ିପିଓ ସୁବ୍ରତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଠାକୁରମୁଣ୍ଡା ଥାନାରେ ଏନଡିପିଏସ ଧାରାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି । ଚଢ଼ାଉରେ ଠାକୁରମୁଣ୍ଡା ଅବକାରୀ ଥାନାର କର୍ମଚାରୀ, ଠାକୁରମୁଣ୍ଡା ବନ ବିଭାଗ କର୍ମଚାରୀ, କେନ୍ଦୁଜିଆଣୀ ଆରଆଇ, ଏଏସଆଇ ରନôାକର ବାରିକ, ଏଏସଆଇ ଅନୀତ ସ୍ୱାଇଁ ଓ ପୁଲିସ ସାମିଲ ହୋଇଥିଲେ । ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ କେଶର ତଦନ୍ତ ଭାର ନେଇଛନ୍ତି । ଖୁବ ଶୀଘ୍ର ଆସାମୀ ଧରପଡିବେ ବୋଲି ସେ କହିଛନ୍ତି ।