ମେଧା ପାଟେକର ଅଟକ


 ଭୁବନେଶ୍ୱର:  ଆଜି ଥିଲା ବିଶ୍ୱ ପରିବେଶ ଦିବସ  । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବାକୁ ଆସିଥିବାବେଳେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡ଼ା ପ୍ରଶାସନ ଅଟକ ରଖିଥିଲେ  । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ମେଧାଙ୍କ ସମେତ ୨୪ ଜଣଙ୍କୁ ଅଟକ ରଖାଯାଇଥିଲା  । ଏକ ଘରୋଇ କମ୍ପାନୀର ପ୍ରସ୍ତାବିତ ବକ୍ସାଇଟ ଖଣିଖନନ ବିରୋଧରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା  । ମେଧା ପାଟେକର ରାୟଗଡ଼ାରେ ପହଁଚିବା ପରେ ତାଙ୍କ ସମେତ ପ୍ରଫୁଲ୍ଲ ସାମନ୍ତରାୟ, ଆଇଆରଏସ ଅଫିସର ସୁନନ୍ଦା ଝୋଡ଼ିଆଙ୍କୁ ବି ଅଟକ ରଖାଯାଇଥିଲା  । ସେହି ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟିହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି  । ସେହିପରି ଦୁଇ ମାସ ପାଇଁ ସେହି ସ୍ଥାନକୁ ମେଧାଙ୍କ ପ୍ରବେଶ ଉପରେ ପ୍ରଶାସନ ରୋକ୍ ଲଗାଇଥିବା ଜାଣିବାକୁ ମିଳିଛି  । 
ଏନେଇ ମେଧା କହିଛନ୍ତିଯେ, ସେ ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ତାଙ୍କୁ ଅଟକ ରଖାଯାଇଥିଲା  । ଭିଆଇପି ଲାଉଞ୍ଜରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା  । କିନ୍ତୁ ସେ ସେଠାରେ ଅପେକ୍ଷା ନକରି ଯିବାକୁ ଚାହିଁଥିଲେବି ପୁଲିସ୍ ଛାଡ଼ିନଥିଲା  । ରାୟଗଡ଼ା ଜିଲ୍ଲାରେ ପ୍ରବେଶ କରିବା ଉପରେ କୋଡ଼ିଏ ପଚିଶ ଜଣଙ୍କୁ ବାରଣ କରାଯାଇଛି ବୋଲି ପୁଲିସ୍ ସୂଚନା ଦେଇଥିଲା  ।