ଅଟକି ଯାଇଛି ମୌସୁମୀ: ବହୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ନୂଆଦିଲ୍ଲୀ: ଜୁନ୍ ୧୦ ବଦଳରେ ମେ’ ୨୮ରେ ଦକ୍ଷିଣ ଓଡ଼ିଶାରେ ପହଁଚିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତା’ ପରଦିନ ଆଉ ପାଦେ ଆଗେଇ ଭବାନୀପାଟଣା ଓ ପୁରୀ ଛୁଇଁଥିଲା । ସେବେଠାରୁ ଏଯାବତ୍ ମୌସୁମୀ ଯେଉଁଠି ଥିଲା ସେଇଠି ହିଁ ରହିଛି । ମୌସୁମୀ ସକ୍ରିୟ ନଥିଲେବି ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ପ୍ରବଳ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ମୌସୁମୀ ବର୍ଷା ଥମି ଯାଇଛି ସତ କିନ୍ତୁ ଲଘୁଚାପ ଓ କାଳବୈଶାଖୀ ବର୍ଷା ରାଜ୍ୟକୁ ଭିଜାଇ ଦେଇଛି । ଅପରପକ୍ଷରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଜପତି ଓ ଗଞ୍ଜାମର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ିି ସହ ୪୦ରୁ ୫୦ କିମି ବେଗରେ ଝଟକା ପବନଦ୍ଭ ୭ ପୃଷ୍ଠାରେ...