ମୋଦିଙ୍କ ବିରୋଧରେ ‘ଖଲିସ୍ତାନୀ’ ରାଲି

 ନୂଆଦିଲ୍ଲୀ : ଜି-୭ ସମ୍ମିଳନୀରେ ସାମିଲ୍ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ା ଗସ୍ତରେ ଯାଉଥିବାବେଳେ ‘ଖଲିସ୍ତାନୀ’ମାନେ ଏହାର ପ୍ରତିବାଦ କରିଛନ୍ତି  । ଏକ ବିଶାଳ ଶୋଭାଯାତ୍ରାରେ ସେମାନେ ମୋଦି ବିରୋଧୀ ନାରାବାଜି ଦେଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  ।  ଆଲବେର୍ଟାର କାନାନାସ୍କିସ୍ରେ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀମାନେ ଏକାଠି ହୋଇଥିଲେ  । ଯାହାକୁ ଆମ୍ବୁ୍ୟସ ପ୍ରତିବାଦ ବୋଲି ଅଭିହିତ କରାଯାଉଛି  । ଏହି ପ୍ରତିବାଦ ବେଳେ ସେମାନେ ଭାରତୀୟ ଜାତୀୟ ପତାକାକୁ ଅସମ୍ମାନୀତ କରିଛନ୍ତି  । ପିଏମ ମୋଦିଙ୍କ ରାଜନୀତିକୁ ସମାପ୍ତ କର ବୋଲି ସେମାନେ ଆହ୍ୱାନ ଦେଇଥିଲେ  । ଅପରପକ୍ଷରେ ଏହାକୁ ପାଟନା ସାହିଦ ଗୁରୁଦ୍ୱାର ପକ୍ଷରୁ ନିନ୍ଦା କରାଯାଇଛି  । ମୋଦି ଏହି ଗସ୍ତକାଳରେ ଜର୍ମାନୀ, ଇଟାଲୀ ଓ ୟୁକ୍ରେନର ପ୍ରଧାନମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ଅପରପକ୍ଷରେ ମୋଦିଙ୍କୁ ଜି-୭ ସମ୍ମିଳନୀକୁ ନିମନ୍ତ୍ରିତ କରିଥିବାରୁ କାନାଡ଼ାର ଗଣମାଧ୍ୟମଗୁଡ଼ିକ ସରକାରଙ୍କ ନୀତିକୁ ପ୍ରଶଂସା କରିଛନ୍ତି  ।