ରାଜ୍ୟ ଶ୍ରମିକ ସମବାୟ ସମିତିର ସମ୍ମିଳନୀ 

କନ୍ଧମାଳ: ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ ଜିଲ୍ଲାର ଶ୍ରମିକ ଓ ଗରିବ ଲୋକଙ୍କ ନିତ୍ୟ ବ୍ୟବହାରିକ ସାମଗ୍ରୀ ଘରେ ଘରେ ସୁଲଭ ମୂଲ୍ୟରେ ଯୋଗାଇ ଦେବା "ସାମାଜିକ ସୁରକ୍ଷା’ ଭବିଷ୍ୟନିଧି  ଦେବା ଉଦ୍ଦଶ୍ୟରେ କାର୍ଯ୍ୟ କରିଆସୁଅଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆଉ ଲୋକାଭିମୁଖ୍ୟ କରିବା ନେଇ ଆଜି ଜିଲ୍ଲାସ୍ଥରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଠାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ସମିତିର ମୁଖ୍ୟ ସମ୍ପାଦକ ଶ୍ୟାମ ଲାଲ ପ୍ରଧାନ,ସଭାପତି ସୁନିତା ବାଗ, ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ସ୍ୱରୂପ ରାଉତ, ସରଦେନ୍ଦୁ ସାମନ୍ତ ରାଏ, ଆଶିଷ କୁମାର ରାଉତରାୟ, ଶାନ୍ତନୁ ବେହେରା, ତୃପ୍ତିବାଳା ସାହୁ, କାଁହୁ ଚରଣ ଡିଗାଲ, ରୁଷି କେଶ ମିଶ୍ର, ଶ୍ରମିକ ନେତା ଘନ ଶବର, ଖଜୁରୀପଡା ଅଧ୍ୟାକ୍ଷା ଅନିମା କହଁର, ସାଂସଦ ପ୍ରତିନିଧି ଅଜୟନ୍ତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ  । ଉପସ୍ଥାପକ ଭାବେ କାହ୍ନୁ ଦିଗାଲ, ପିଣ୍ଟୁ ମଲ୍ଲିକ ତୁଲାଇଥିଲେ । ଏହା ସହ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଏଥିରେ ୪୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଯେଇଁ ମାନେ ଏହି ସମିତିର ସଦସ୍ୟତା ନେଇଥିଲେ ତାଙ୍କ ମଧ୍ୟରୁ ଦୁର୍ଘଟଣା ଜନିତ ସହାୟତା ରାଶି ପାଞ୍ଚ ହଜାର ଟଙ୍କା ଲେଖାଏଁ ନଅ ଜଣଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରଯାଇଥିଲା ।