ଯୁଗଳକିଶୋର ତ୍ରିପାଠିଙ୍କୁ ଶ୍ରଦ୍ଧାଞ୍ଜଳି

 ଏରସମା: ଏରସମା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ, କବି ସମାଲୋଚକ, ବୁଦ୍ଧିଜୀବୀ, ଶ୍ରୀମା ଅରବିନ୍ଦଙ୍କୁ ବିଶ୍ୱାସ କରୁଥିବା ଯୁଗଳକିଶୋର ତ୍ରିପାଠିଙ୍କୁ ଏରସମା ସରକାରୀ ହାଇସ୍କୁଲ ପରିସରରେ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଭାରେ ସମାଜସେବୀ ଧୀରେନ୍ଦ୍ର ଚୌଧୁରୀ ସଭାସପାତିତ୍ୱ କରୁଥିବାବେଳେ, ଏରସମା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ଦାସ, ଅମ୍ବିକା ପ୍ରସାଦ ମହାନ୍ତି, ଅରୂପାନନ୍ଦ ସ୍ୱାଇଁ, ଡ. ତନ୍ମୟ ସେଠୀ, ଇସାନ ଖଟୁଆ, ଅନ୍ତର୍ଯ୍ୟାମୀ ସ୍ୱାମୀ, ସରୋଜିନୀ ସ୍ୱାଇଁ, ଦିଲ୍ଲୀପ ମଲ୍ଲିକ, ଦୀପ୍ତିମୟୀ ଦାସ, ପୁତ୍ର ଜ୍ୟୋତିରଞ୍ଜନ ତ୍ରିପାଠୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସ୍ୱର୍ଗତ ତ୍ରିପାଠୀଙ୍କ ଆଦର୍ଶ, ଗୁଣବଳି ଆଲୋକପାତ କରି ତାଙ୍କ ଅମର ଆତ୍ମା ଈଶ୍ୱରପ୍ରାପ୍ତି ହେଉ କାମନା କରିଥିଲେ । ସ୍ୱର୍ଗତ ତ୍ରିପାଠି ଡିସେମ୍ୱର ୩୦ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।