ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ
ଜଗତସିଂହପୁର: ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡିବଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନନୀତଅତିଥି ସାଂସଦ ଜଗତସିଂହପୁର ବିଭୁ ପ୍ରସାଦ ତରାଇ, ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗ ଦେଇ ଥିଲେ । ଜିଲ୍ଲାର ୧୬୪୦୪୮ ଜଣ ହିତାଧୀକାରୀଙ୍କୁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଉଚ୍ଚ ଶିକ୍ଷା, ବୃତ୍ତିଧାରୀ ଶିକ୍ଷା ନିମନ୍ତେ କୃଷି ବିଦ୍ୟାନିଧି ଯୋଜନାରେ ସି.ଏମ୍ କିଷାନ ହିତାଧିକାରୀଙ୍କ ପିଲା ପାଇଁ ବୃତ୍ତି ପ୍ରଦାନ କରାଯାଇଛି । ଆଇଆଇଟି, ଏନଆଇଟି, ଆଇଆଇଏମ୍ ଏମ୍ସ ଓ ଆସିଏଆର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ନସିଂ, ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି ।