ଯୁବକଙ୍କୁ ଆକ୍ରମଣ, ସୁନାଚେନ ଓ ମୁଦି ଲୁଟ୍

 ତାଳଚେର : ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ବଲଣ୍ଡା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଯାନୀ, ଡକାୟତି ବୃଦ୍ଧି ପାଉଥିବା ବେଳେ ଦିନ ଦିପହରରେ ଜେନୌିକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରି ସୁନାଚେନ, ମୁଦି, ମୋବାଇଲ୍ ଫୋନ୍ ଲୁଟିନେଇଥିବା କୋଲିୟରୀ ଥାନରେ ଅଭିଯୋଗ ହୋଇଛି  । ଅନନ୍ତ କୋଲନୀର ରମଣ କୁମାର ସିଠ (୩୦) ବଲଣ୍ଡା ପରିବା ମାର୍କେଟକୁ ଯାଇଥିବା ବେଳେ ସେଠାରେ ଘଣ୍ଟପଡା ଗ୍ରାମର ଦେବାଶିଷ ସାହୁ, ବିକାଶ ସେଠୀ, ଜିତେନ୍ଦ୍ର ପଟ୍ଟନାୟକ ୩ଜଣ ଯୁବକ ତାଙ୍କୁ ଗାଳିଗୁଲଜ ମାରପିଟ୍ କରିବାରୁ ସେ ବେହୋସ୍ ହୋଇ ପଡି ରହିଥିଲେ  । ସ୍ଥାନୀୟ ଲୋକମାନୋ ତାଙ୍କୁ ଉଦ୍ଧାର କରି ପାଖ ଚିକିିସôାଳୟରେ ଭିର୍ତି କରିଥିଲେ  । ତାଙ୍କ ବେକରେ ପିନ୍ଧିଥିବା ସୁନାଚେନ, ମୁଦି, ବେସଲେଟ୍ ଓ ଭିଭୋର ଏକ ସ୍ମାର୍ଟଫୋନ୍ ଲୁଟି ନେଇଥିବା ଏସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ ହୋଇଛି  । ବଲଣ୍ଡା ଫାଣ୍ଡି ଅଧିକାରୀ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତମାନେ ଫେରାରଥିବା ପୁଲିସ୍ ସୂଚନା ଦେଇଛି  ।