‘ଆସ ବହିଟିଏ କିଣିବା' ଶୀର୍ଷକ ଆଲୋଚନାଚକ୍ର
ବାଲେଶ୍ୱର : ବହି ପରି ବନ୍ଧୁ ନାହିଁ କି ବହିର ବିକଳ୍ପ ନାହିଁ । ବହି ଯାହା ଦିଏ, ତାହା କେହି ବି ଦେଇପାରନ୍ତି ନାହିଁ । ବହି ଶିକ୍ଷା ଦିଏ, ଆନନ୍ଦ ବି ଦିଏ । ବହି ସୂଚନା ବି ଦିଏ, ସମୃଦ୍ଧି ବି ଦିଏ । ବହି ଜୀବନର ସବୁ ବନ୍ଦ ଦ୍ୱାରକୁ ମୁକୁଳା କରେ ବୋଲି ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ବିଦ୍ୟାଭାରତୀ ଓ ବହିଘର ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଆ ପକ୍ଷର ୯ମ ଦିବସରେ ‘ଆସ ବହିଟିଏ କିଣିବା' ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଅତିଥିବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି । ବିଦ୍ୟାଭାରତୀର ପ୍ରତିଷ୍ଠାତା ନିଦେ୍ର୍ଦଶକ ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ, କବି ଡକ୍ଟର କାଳୀପଦ ପଣ୍ଡା, ସାମାଜିକ କର୍ମୀ ବିକ୍ରମ ପଣ୍ଡା, ମାସ୍ର ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ହରିପଦ ଭୂୟାଁ, ଅଭିନେତା ଦେବ୍, ସମାଜସେବୀ ପ୍ରସନ୍ନ ପାତ୍ର, ‘ବୀର ଓଡ଼ିଆ'ର ସଭାପତି ଜ୍ୟୋତିର୍ବିଦ୍ ମନ୍ମଥ ମିଶ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକର ଉପାଦେୟତା ଏବଂ ପୁସ୍ତକକ୍ରୟ ଓ ପଠନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ବହିଘର'ର ନିଦେ୍ର୍ଦଶିକା ମଞ୍ଜୁଲତା ବଳ, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, କବି ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନ, ଏବିଇଓ କୃଷ୍ଣା ପ୍ରଧାନ, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର, ଦିଲ୍ଲୀପ ଦାସ, ଲଳିତ ମୋହନ ଦାସ, ଚିଦାନନ୍ଦ ଅର୍ପିତା, ମଧୁସୂଦନ ମିଶ୍ର, ହିମାଂଶୁ ବରେନୱାଲ୍, ପ୍ରଣିତା ମିଶ୍ର, ଗୁରୁଦତ୍ତ ମିଶ୍ର, କୁଞ୍ଜ ଗୋଚ୍ଛାୟତ, ଶେଖ୍ ଜାଫର୍, ରାଜେଶ ଗିରି, ବିଦ୍ୟାଧର ନାୟକ, ପ୍ରବୀର କମିଳା, ଡାକ୍ତର ତୁହିନା ତ୍ରିପାଠୀ, ତରୁପ୍ରଭା ଦାସ, ବନଶ୍ରୀ ଦାସ, ପ୍ରାଣବିନ୍ଦୁ ଦାସ, ଡକ୍ଟର ସଂଗୀତା ନନ୍ଦ, ସୂର୍ଯ୍ୟକାନ୍ତ ଷଣ୍ଢ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏକ ପୁସ୍ତକ ପ୍ରଦର୍ଶନୀ ମଧ୍ୟ ‘ବହିଘର' ପରିସରରେ ଆୟୋଜିତ ହୋଇଥିଲା । ଶେଷରେ ସମାଜସେବୀ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।