ଗଞ୍ଜେଇ ଜବତ, ୨ ଗିରଫ

 ବିଷମକଟକ: ମୁନିଗୁଡା ଓ ବିଷମକଟକ ଅବକାରୀ ଥାନା ଚଢ଼ାଉ କରି ୧୦ କିଲୋ ଗଞ୍ଜେଇ ଜବତ କରିଥିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ମୁଖ୍ୟ ରାସ୍ତାରେ ବାଲିଗୁଡାରୁ ଗଞ୍ଜେଇ ଚାଲାଣ କରୁଥିବା ବଳରାମ ପୂଜାରୀ (୨୮) ଓ ମୂରଲୀ ପାତ୍ର (୩୮)ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଅଟକ ରଖାଯାଇଥିଲା  । ଏହି ମକଦ୍ଦମା ଆଦର୍ଶ ଅବକାରୀ ଥାନା ବିଷମକଟକରେ ଏକ ମାମଲା ରୁଜୁ କରାଯାଇ ୧୦ କିଲୋ ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କାର୍ଯ୍ୟରେ ବିଷମକଟକ ଅବକାରୀ ଥାନାର କବିରାଜ ତାଣ୍ଡି, ପଙ୍କଜ କୁମାର ନାୟକ, ଏଏସ୍ଆଇ ରମଜାନ ଖାନ୍ ସହିତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ  ।