ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ; ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୯ା୧୧ : ଅଭିଯୋଗକାରିଣୀଙ୍କ ପୁଅ କଲେଜ ଆଗରେ ଛିଡ଼ା ହୋଇଥିବା ବେଳେ କିଛି ଅଭିଯୁକ୍ତ ସେଠାରେ ପହଞ୍ଚି ଯୁବକଙ୍କୁ ଗାଳିଗୁଲଜ କରିବା ସହ ଏକ ଖଣ୍ଡାରେ ଗୋଡାଇ ହାଣିଥିଲେ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଏକାମ୍ର ବିହାରର ଚନ୍ଦନ ବେହୁରା ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀଙ୍କ ପୁଅ ଗତ ୨୪.୪.୨୦୨୪ ତାରିଖ ଅପରାହ୍ନ ସମୟରେ ଜିଆଇଇଟି କଲେଜ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ, ଅଭିଯୁକ୍ତ ତାଙ୍କର କିଛି ସହଯୋଗୀ ମାନଙ୍କ ସହ ସେଠାକୁ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ପୁଅ ଏହାର ବିରୋଧ କରିବାରୁ, ଅଭିଯୁକ୍ତ ମାନେ ହଠାତ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ । ଆକ୍ରମଣ ଫଳରେ ତାଙ୍କ ପୁଅଙ୍କ ଶରୀର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ପରେ ତାଙ୍କ ପୁଅଙ୍କ ବନ୍ଧୁମାନେ ଘଟଣା ସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିି କରିଥିଲେ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।