ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ୍ ଓ କମିଶନରେଟ୍ ପୁଲିସ
ଆସନ୍ତକାଲି ବିମାନବନ୍ଦରରୁ ଉଡାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ
ଭୁବନେଶ୍ୱର, ୩୦ା୧୧ : ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ । ଖବର ପରେ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ୍ର ସାଇବର ସେଲ ପହଞ୍ଚି ମେଲର ସତ୍ୟତା ନେଇ ତଥ୍ୟ ସଂଗ୍ରହ କରି ଫେରିଛି । ଓଡିଆ ଓ ଇଂଗ୍ଲିସରେ ଆସିଥିବା ଦୁଇଟି ମେଲକୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବାବେଳେ, ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । କିଏ ଏହି ମେଲ ପ୍ରକୃତରେ ପନ୍ନୁ ହିଁ ମେଲ ପଠାଇଛି ନା ତା ପାଇଁ ଓଡିଶାରେ କିଏ କାମ କରୁଛି ତାହାର ମଧ୍ୟ ତଦନ୍ତ କରୁଛି ପୁଲିସ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି ।
ସୂଚନା ଯୋଗ୍ୟଯେ, ଆଜି ସକାଳ ୯ଟା ୪ ମିନିଟ୍ରେ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା । ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା । ଆସନ୍ତକାଲି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ । ଏଥିସହ ଡିଜିପି ସମ୍ମିଳନୀକୁ ଭଙ୍ଗ କରିବାକୁ ଧମକ ଦିଆଯାଇଥିଲା । ଏହି ମେଲଟି ଦେଖିବା ପରେ ଅକ୍ଷୟ କମିଶନରେଟ ପୁଲିସକୁ ଜଣାଇଥିଲେ । ପରେ ଏହି ଘଟଣାର ତନଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ର ସାଇବର ସେଲ । ଆତଙ୍କୀ ପନ୍ନୁ ଏହି ମେଲ ପଠାଇଛି ନାଁ ଏହା ପଛରେ କିଏ ଓ ମେଲଟି କେଉଁଠୁ ଆସିଛି । ଆଇପି ଆଡ୍ରେସ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ । ଏଥିସହ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡିଆରେ ଥମ୍ବନେଲ ନିଆଯାଇଥିଲା, ଯାହାକୁ ନେଇ ସନେ୍ଦହ ବଢ଼ିଥିଲା । ଏହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ୍ ସାଇବର ସେଲ ପକ୍ଷରୁ ତନାଘନା କରାଯାଇଛି । ଆତଙ୍କୀ ପନ୍ନୁ ପାଇଁ ଓଡିଶାରେ କିଏ କରୁଛି କାମ, ପନ୍ନୁ ନାଁରେ ଆସିଥିବା ଇମେଲ ପ୍ରକୃତରେ ସେ ପଠାଇଛି ନା ଆଉ କିଏ ପଠାଇଛି ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି, ବିଦେଶରେ ରହି ପନ୍ନୁ ସ୍ଲିପର୍ ସେଲ ଦ୍ୱାର କିଛି କାଣ୍ଡ ଭିଆଇବାକୁ ପ୍ଲାନିଂ କରୁଛି କି? ଏଭଳି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ବରିଷ୍ଠ ସାମ୍ବାଦିକଙ୍କ ପାଖରୁ ଏକ ମେଲ ଆସିଥିଲା, ତେବେ ମେଲଟି କେଉଁଠି ଆସିଥିଲା, କ’ଣ ତାହା ଡିଟେଲ୍ସ ଜାଣିବା ପାଇଁ ଦେଖିବାକୁ ଆସିଥିଲୁ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ମେଲଟି କେଉଁଠ ଆସିଥିଲା, ତାହା ଜଣାପଡିବ । ମେଲଟି ଓଡିଆରେ ଆସିଛି, ତଦନ୍ତ ପରେ ସତ୍ୟାସତ ଜଣାପଡିବ ।