ଅଶୋକନଗରରୁ କାର କାଚ ଭାଙ୍ଗି ଲୁଟ୍ ; ଲୁଟେରା ଗିରଫ

ଭୁବନେଶ୍ୱର, ୨୭ା୪ : ଅଶୋକନଗର ପାର୍କିଂରେ କାର ପାର୍କ କରି କିଣିବାକୁ ଯାଇଥିବା ବେଳେ କାର କାଚ ଭାଙ୍ଗି ଟଙ୍କା, ସୁନା ଓ ମୁଲ୍ୟବାନ ସାମଗ୍ରୀ ଲୁଟ୍ । ଏନେଇ ଥାନାରେ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ତାମିଲନାଡୁ ରାଜ୍ୟର ଏ କୁମାର ।
ସୂଚନାଯୋଗ୍ୟଯେ, ଗତ ୨୫ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ସୌମ୍ୟ ସୁଧାଂଶୁ ଜେନା ଅଶୋକନଗର ସ୍ଥିତ ଖଦିନିକେତନକୁ ଆସିଥିବା ବେଳେ ନିକଟରେ ତାଙ୍କର କାର ଟିକୁ ପାର୍କିଂ କରି ରଖିଥିଲେ । ସେହି ସମୟରେ ସୁଯୋଗ ଦେଖି ଅଭିଯୁକ୍ତ କାରର କାଚ ଭାଙ୍ଗି ସେଥିରୁ କିଛି ଟଙ୍କା, ସୁନା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଯାଇଥିଲା । ଅଭିଯୋଗକାରୀ ତାଙ୍କର କାମ ସାରି କାର ନିକଟକୁ ଆସି ଦେଖିଲା ବେଳକୁ ତାଙ୍କର କାରର କାଚ ଭଙ୍ଗା ହୋଇ କାର ଭିତରୁ ଲୁଟ୍ ହୋଇଛି । ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।