ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବାଲିଅନ୍ତା : ସ୍କୁଲରୁ ପୁତୁରାକୁ ନେଇ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି  । ଖବରନେବାରେ ଜଣାପଡିଛି ଯେ, ଧଉଳି ଥାନା ଅଧିନ ଶିଶୁପାଳଗଡ଼ ଗ୍ରାମର ସ୍ମୃତିରଞ୍ଜନ ପାତ୍ର ନାମକ ଜଣେ ଯୁବକ ତାଙ୍କ ପୁତୁରାକୁ ନିକଟସ୍ଥ ସ୍କୁଲରୁ ଆଣି ଘରକୁ ଫେରୁଥିଲେ । ଏହି ସମୟରେ ଉତ୍ତମ ମହାପାତ୍ର ନାମକ ଜଣେ ଯୁବକ ତାଙ୍କୁ ବାଟରେ ଅଟକାଇ ଗାଳିଗୁଲଜ କରିଥିଲେ  । ସ୍ମୃତିରଞ୍ଜନ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା  । ଖବରପାଇ ଉତ୍ତମର ୧୦ରୁ ୧୨ ସହଯୋଗୀ ସେଠାରେ ପହଞ୍ଚି ସ୍ମୃତିରଞ୍ଜନକୁ ମାଡ଼ ମାରିଥିଲେ  । ଆକ୍ରମଣରେ ଆହତ ସ୍ମୃତିରଞ୍ଜନ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ପ୍ରକାଶଥାଉକି ଉତ୍ତମ ଜଣେ ପେସାଦାର ଅପରାଧୀ  । ତାଙ୍କ ନାଁରେ ଏକାଧିକ ଥାନାରେ ଅପରାଧିକ ମାମଲା ରହିଛି ।