ବିତରଣ ପ୍ରକ୍ରିୟାକୁ ସହଜ କରୁଛି ଟିପିଏନଓଡିଏଲ୍
ଯାଜପୁର : ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହାଁଇବାକୁ ଗୁରୁତ୍ୱ ଦେଉଛି ଟିପିଏନଓଡ଼ିଏଲ । ବିଦୁ୍ୟତ ସେବା ସମ୍ପର୍କିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ୨୪ଘଂଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮/ ୧୯୧୨ ସୁବିଧା କରାଯିବା ସହ ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି । ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଂଚଳର ଉପଭୋକ୍ତାମାନଙ୍କୁ ଉତମ ସେବା ଯୋଗାଇବା ପାଇଁ ଖୋଲିଛି । କେନ୍ଦ୍ରଗୁଡ଼ିକରେ ଉପଭୋକ୍ତା ସେବା ସମ୍ପର୍କିତ ନିଜର ଦ୍ୱନ୍ଦ୍ୱ ଦୂର କରିବା, ସମସ୍ୟାର ସମାଧାନ କରିବା ସହିତ ବିଲ ପଇଠ କରିବାର ସୁବିଧା ପାଉଛନ୍ତି । ବିଦୁ୍ୟତ ବିଲ ପଇଠ ପ୍ରକ୍ରିୟାକୁ ସହଜ କରିବା ପାଇଁ ଟିପିଏନଓଡିଏଲର ସମସ୍ତ ଡିଜିଟାଲ ପଦ୍ଧତି ଜରିଆରେ ବିଲ ଗ୍ରହଣ କରୁଥିବା ବେଳେ ସ୍ପାଇସ ମନି କେନ୍ଦ୍ର, ଏୟାରଟେଲ ପେମେଂଟସ ବ୍ୟାଙ୍କ, ଏସବିଆଇ କଷ୍ଟମର ଟଚ ପଏଂଟ ଭଳି ବିଭିନ୍ନ ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ବିଲ୍ ପଇଠ ପାଇଁ ସୁବିଧା ଉପଲବ୍ଧ କରିଛି । ଏହି ଅବସରରେ କମ୍ପାନୀର ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ଉଲ୍ଲେଖ କରି ସିଇଓ ଗଜାନନ କାଲେ କହିଥିଲେ ଯେ, ଉପଭୋକ୍ତାଙ୍କୁ ଏକ ଆଧୁନିକ, ସହଜ ତଥା ସୁବିଧାଜନକ ବିଦୁ୍ୟତ୍ ସେବା ବିତରଣ ପାଇଁ ଟିପିଏନଓଡ଼ିଏଲ ସର୍ବଦା ଗୁରୁତ୍ୱ ଦେଇଆସିଛି ।