ଦୋଳମେଳଣ ପାଇଁ ପ୍ରସ୍ତୁତି ବୈଠକ

 କାକଟପୁର : କାକଟପୁର ବ୍ଲକ ଅଧିନସ୍ଥ ସାଡେଙ୍ଗା ଗ୍ରାମରେ ଥିବା ଲବକୁଶ ଆଶ୍ରମରେ ଆସନ୍ତା ଦୋଳମେଳଣ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୋଳମେଳଣର ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଅଧ୍ୟକ୍ଷତା କରିଥିଲେ । ଦୋଳମେଳଣ କମିଟି ସ୍ଥାୟୀ ଉପଦେଷ୍ଟା ତଥା କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ସଭାପତି ଗୁରୁଚରଣ ବିଶ୍ୱାଳ, ଆଦିତ୍ୟ ମହାନ୍ତି, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସଭାନେତ୍ରୀ ରଞ୍ଜନା ସ୍ୱାଇଁ, ସମ୍ପାଦିକା ଉର୍ମିଳା ସ୍ୱାଇଁ, ଉପସଭାନେତ୍ରୀ ସଂଯୁକ୍ତା ମହାନ୍ତି, ସହ ସମ୍ପାଦିକା ମମତା ପାତ୍ର, କାର୍ଯ୍ୟକର୍ତା ସଭ୍ୟା ଶୈଳବାଳା ସ୍ୱାଇଁ, ବିମଳା ସ୍ୱାଇଁ ଓ ସାଡେଙ୍ଗା ଗ୍ରାମର ସମସ୍ତ ଏସଏସଜି ଗ୍ରୁପ ର ସଦସ୍ୟା ଏବଂ ଆଶ୍ରମର ସମସ୍ତ ସଭ୍ୟ ସଭ୍ୟା ଯୋଗଦେଇ ଆସନ୍ତା ମାର୍ଚ୍ଚ ୧୭ ତାରିଖ ସୋମବାର ଦିନ ଦୋଳମେଳଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ମେଳଣ ଉତ୍ସବକୁ ଚଳିତ ବର୍ଷ ଖୁବ ଧୂମ୍ଧାମରେ ପାଳନ କରିବାକୁ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ । ଦୋଳମେଳଣ ପାଇଁ ୧୫ ଗୋଟି କମିଟି ଗଠନ କରାଯାଇ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବା ସହିତ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।