ଯୁବକଙ୍କୁ ମାଡମାରି ଲୁଟ୍ ; ଲୁଟେରା ଗିରଫ

ଯୁବକଙ୍କୁ ମାଡମାରି ଲୁଟ୍ ; ଲୁଟେରା ଗିରଫ


ଭୁବନେଶ୍ୱର, ୯ା୧୧ : ଅଭିଯୋଗକାରୀ ରାତିରେ ଘରକୁ ଫେରୁଥିବା ବେଳେ କିଛି ଲୁଟେରା ତାଙ୍କୁ ରାସ୍ତାରେ ଅଟକାଇ ମାଡମାରିବା ସହ ତାଙ୍କ ଠାରୁ ସ୍କୁଟି, ପର୍ସ, ହାତ ଘଣ୍ଟା ବଳପୂର୍ବକ ଛଡାଇ ନେଇଯାଇଥିଲେ । ଏନେଇ ଅଭିଯୋଗକାରୀ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତ ହେଲା, ୟୁନିଟ୍-୯ ବାୟାବାବା ବସ୍ତିର ଚିନ୍ମୟ ମଲ୍ଲୀକ ।  ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଅଜୟ କୁମାର ଦାଶ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ବାସିନ୍ଦା । ସେ ଗତ ୨୭.୭.୨୦୨୪ ତାରିଖ ବିଳମ୍ବିତ ରାତିରେ ନିଜ ଡୁ୍ୟଟି ସମ୍ପାଦନା କରି ଘରକୁ ଫେରିବା ବେଳେ, ସତ୍ୟନଗର ମଶାଣି ନିକଟରେ ଅଭିଯୁକ୍ତ ଓ ତାର ଜଣେ ସହଯୋଗୀ ତାଙ୍କୁ ରାସ୍ତାରେ ଜୋରଜବରଜସ୍ତି ଅଟକାଇଥିଲେ । ଏହି ସମୟରେ ଅଭିଯୋଗକାରୀ ଏହାର ପ୍ରତିବାଦ କରିବାରୁ, ଉଭୟ ଅଭିଯୁକ୍ତ ତାଙ୍କୁ ମାଡ ମାରିବା ସହିତ ତାଙ୍କ ସ୍କୁଟି ବାଇକ, ମନିପର୍ସ ଏବଂ ହାତ ଘଣ୍ଟା ବଳପୂର୍ବକ ଛଡାଇ ନେଇଯାଇଥିଲେ । ଏନେଇ ଅଭିଯୋଗକାରୀ ଖାରବେଳନଗର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୪ ମାସ ପରେ ଆଜି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।