ଜଜ୍ଙ୍କ ଘରୁ ଲୁଟ୍ ହେଲା ବୋଲି .... ସଙ୍ଗେ ସଙ୍ଗେ ଧରାହେଲେ ଲୁଟେରା

ଜଜ୍ଙ୍କ ଘରୁ ଲୁଟ୍ ହେଲା ବୋଲି .... ସଙ୍ଗେ ସଙ୍ଗେ ଧରାହେଲେ ଲୁଟେରା
ଜଜ୍ଙ୍କ ଘରୁ ଲୁଟ୍ ହେଲା ବୋଲି .... ସଙ୍ଗେ ସଙ୍ଗେ ଧରାହେଲେ ଲୁଟେରା


  • ଭୁବନେଶ୍ୱର, ୨୧ା୮ : ଗତ ୫ ଦିନ ଭିତରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳର ଘର ଓ ଆପାର୍ଟମେଣ୍ଟ ମାନଙ୍କରୁ ପ୍ରାୟ ୧ କୋଟି ଟଙ୍କାର ସୁନା, ରୂପା, ଦାମି ସାମଗ୍ରୀ ଲୁଟ୍ କରିଥିବା ବେଳେ ଗତ ୧୭ ତାରିଖ ରାତିରେ ବଡ଼ଗଡ଼ ଥାନା ଅଧିନ ବିଜେବି ନିଗର କ୍ୱାଟର ନମ୍ବର-୩ ଆର/୧୫ରେ ରହୁଥିବା ଜଜ୍ଙ୍କ ଘରୁ ବୁଲିଥିଲା କଳାକନା । ଏନେଇ କମିଶନରେଟ୍ ପୁଲିସର ନିଦ ହଜିବା ସହ ଡିସିପି ଆକ୍ଟିଭ୍ ମୋଡରେ ଆସିଥିଲେ । ପରେ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଲୁଟ୍ ଗୁଡ଼ିକୁ ପଛରେ ପକାଇ ଲାଗିପଡ଼ିଥିଲେ ଜଜ୍ଙ୍କ ଘରୁ ହୋଇଥିବା ଲୁଟ୍ କରିଥିବା ଲୁଟେରାଙ୍କ ପଛରେ । ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ନ ଧରିଲେ ନିଜ ଉପରକୁ ବିପଦ ଆସିବା ଭୟରେ ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ବଡ଼ଗଡ଼ ଥାନାର ଅଧିକାରୀ, ସମସ୍ତ ଅଫିସର ଓ ଜୋନ୍- ୪ ଏସିପି ଦିନ ରାତି ଏକ କରି ୩ ଜଣ ନାବାଳକ ଲୁଟେରା ଓ ୭ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ଅଳଙ୍କାର ଓ ସାମଗ୍ରୀ ଜବତ କରାଯାଇଥିବା ଜୋନ୍-୪ ଏସିପି ମାନସ କୁମାର ଦେଓ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ଏହା ଭିତରେ ସେ ଏହା ବି କହିଛନ୍ତି ଆମ ଡ଼ିସିପି ସାହେବଙ୍କ ପାଇଁ ଏହି ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛୁ । ଗିରଫ ୭ ଅଭିଯୁକ୍ତ ହେଲେ, ରାହୁଲ ଧଳ, ରବି ସେଠୀ, ରମେଶ ସେଠୀ, ବାସୁଦେବ କନହର, କିଶୋର ଲେଙ୍କା, ରାଜୁ ଦାସ ଓ ନରେନ୍ଦ୍ର କୁମାର ପାତ୍ର । ମାତ୍ର ଚନ୍ଦକା, ଧଉଳି, ଏୟାରଫିଲ୍ଡ, ସହିଦନଗର, ତମାଣ୍ଡୋ ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ମାନଙ୍କରେ ହୋଇଥିବା ବଡ଼ଧରଣର ଲୁଟ୍ ଡକାୟତି ଘଟଣାରେ ଏବେ ପର୍ଯ୍ୟନ୍ତ ଲୁଟେଣାଙ୍କ ଟେର ପାଇପାରିନାହିଁ କମିଶନରେଟ୍ ପୁଲିସ । ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ କଥା ଉଠିଛି, ସାଧାରଣ ଜନତାଙ୍କ ମାମଲାରେ ଡ଼ିସିପି ଓ ସ୍ଥାନୀୟ ପୁଲିସ ନିଦ୍ରାରେ । କିନ୍ତୁ ଯେଉଠି ନିଜ ଚାକିରି ଉପରେ ବିପଦ ରହିଛି କିମ୍ବା ବଡ଼ବଡ଼ିଆଙ୍କ ମାମଲାରେ ଡ଼ିସିପି ସାହେବ ଆକ୍ଟିଭ୍ ମୋଡରେ ରହିଥାନ୍ତି । ଏଭଳି ପୁଲିସର ଅପରାଧୀ ଧରିବାରେ ଅନ୍ତରପାନ୍ତର କୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି । 
      ସୂଚନା ଯୋଗ୍ୟଯେ, ଗତ ୧୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଧିନ ଲୋଟସ୍ ଏଭେନୁ୍ୟ ଆପାଟମେଣ୍ଟର ଦୁଇଟି ଫ୍ଲାଟରୁ ହୋଇଛି ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିଲା । କିଛି ମୁଖାପିନ୍ଧା ଲୁଟେରା ମାନେ ଦୁଇ ଫ୍ଲାଟର କବାଟ କାଟି କରିଛନ୍ତି ଲୁଟ୍ପାଟ୍ କରିଥିଲେ । ଏପରିକି ଆପାଟମେଣ୍ଟର ସୁରକ୍ଷାକର୍ମୀ ପ୍ରତିବାଦ କରିବାରୁ ସେମାନେ ବୋମା ଓ ଭୁଜାଲିରେ ଆକ୍ରମଣର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହିଭଳି ଲୁଟ୍ ପରେ ଚନ୍ଦକା ଥାନାରେ ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ ବେଳେ ସମସ୍ତ ଲୁଟ୍ ବେଳର ଭିଡ଼ିଓ କ୍ୟାମେରାରେ କଏଦ୍ ହୋଇଛି । ଫଳରେ ଡ଼ିସିପିଙ୍କ ନିଦେ୍ର୍ଦଶ ପରେ ଚନ୍ଦକା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେହିଭଳି ଧଉଳି ଥାନା ଅଧିନ ଗଙ୍ଗୋତ୍ରୀନଗର ଲେନ୍-୨(ଏ) ଘରେ କେହି ନଥିବା ବେଳେ ଘରର କବାଟ ତାଡି ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା, ରୂପା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ଏନେଇ ଧଉଳି ଥାନାରେ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ଦିନ ଅଭିଯୋଗକାରୀ ଶାଶ୍ୱତ ରାଉତରାୟ ଘର ତାଲା ପକାଇ ପରିବାର ସହ ପଟିଆ ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ କେହି ଲୁଟେରା ଘରର କବାଟ ଭାଙ୍ଗି ଘରୁ ୨୫ରୁ ୩୦ ଲକ୍ଷ ଟଙ୍କାର ସୁନା, ରୂପା ଓ ଟଙ୍କାକୁ କଳାକନା ବୁଲାଇଦେଇଛି । ଘରକୁ ଫେରି ଦେଖିଲା ବେଳକୁ ଘରର କବାଟ ଭଙ୍ଗାଜିବା ସହ ସବୁ ଖୋଳ ହୋଇଯାଇଛି । ଏନେଇ ଶାଶ୍ୱତ ଧଉଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ଭିତରେ ପୁଣି ଲୁଟେରା ଗ୍ୟାଙ୍ଗ୍ ପରଦିନ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅଧିନ ରଙ୍ଗେଶ୍ୱର ନଗରରୁ ହୋଇଛି ଲୁଟ୍ । ଝରକା ଓ ଗ୍ରିଲ ତାଡି ଘରର ୩ଟି ଆଲମାରିରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କାରୁ ଅଧିକ ସୁନା, ରୂପା ଅଳଙ୍କାର ଓ ଟଙ୍କା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେହିଭଳି ସହିଦନଗର ଥାନା ଅଧିନରୁ ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଘରେ ପଶି ନେଇଗଲେ ୪୦ ଲକ୍ଷ ଟଙ୍କାରୁ ଅଧିକ ସୁନା, ଟଙ୍କା ଓ ରୂପା ଅଳଙ୍କାର । ଏନେଇ ସହିନଗର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ପୁଣି ଗତ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଧିନ ବିଜେବି ନଗର ଜଜ୍ଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ କଳାକାନା ବୁଲାଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କାର ସୁନା, ରୂପା, ଦାମି ଟ୍ୟାପ୍ ଓ ଅନ୍ୟ ଘରୋଇ ସାମଗ୍ର ୀ । ସେହି ରାତିରେ ପୁଣି ଏୟାରଫିଲ୍ଡ ଅଞ୍ଚଳରେ ମଧ୍ୟ ଏକ ଘରୁ ଲୁଟ୍ କରିଥିଲେ ଲୁଟେରା । ଏଭଳି ଲୁଟେରାଙ୍କ ଆତଙ୍କ ରାଜ ପରେ ପୁଲିସର ନିଦ ହଜିଯାଇଥିବା ବେଳେ ଜଜ୍ଙ୍କ ଘରୁ ଲୁଟ୍ ମାମଲାରେ ଡିସିପି ଆକ୍ସନ ମୋଡରେ ଆସି ୪୮ ଘଣ୍ଟା ଭିତରେ ୧୦ ଜଣ ଲୁଟେରାଙ୍କୁ ଗିରଫ କରାଯାଇ ଥିବା ନେଇ ଜୋନ୍-୪ ଏସିପି ମାନସ କୁମାର ଦେଓ ସୂଚନା ଦେଇଛନ୍ତିି ।