ଯୋଗ ହ୍ରାସ କରେ ମାନସିକ ଚାପ

ଯୋଗ ହ୍ରାସ କରେ ମାନସିକ ଚାପ

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ। ଏହା ଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଫିଟ୍‌ ରଖିବାକୁ ହେଲେ ଯୋଗକୁ ହଁି ଆମକୁ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତା’ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ନିୟମିତ ଯୋଗ କଲେ ରକ୍ତଚାପ ସନ୍ତୁଳିତ ରହିଥାଏ। ଅନେକ ସମୟରେ ମାନସିକ ଚାପ ଆମ ପାଇଁ ସମସ୍ୟା ସାଜିଥାଏ। ଯୋଗ ଦ୍ୱାରା ଏଥିରୁ କେତେକାଂଶରେ ରକ୍ଷା ମିଳିଥାଏ। ସବୁବେଳେ ଯୋଗ କଲେ ଭଲ ନିଦ ହୁଏ। ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଯୋଗ କରିବା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ରହିଥାଏ। ତେଣୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ଯୋଗ ସାମିଲ କରିବା ଦରକାର।