ଯୌନ ନିର୍ଯାତନା ସଚେତନତା କର୍ମଶାଳା
ସାଲେପୁର : ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଯୌନ ନିର୍ଯାତନା -୨୦୧୩ ସମ୍ବନ୍ଧୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଗୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢ଼ା ଯୋଗଦେଇ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ନିରଂଜନ ବିଶ୍ୱାଳ, ଶୈକ୍ଷିକ ଅଧିକାରୀ ପ୍ରାଧ୍ୟାପିକା ଜୟନ୍ତୀବାଳା ପରିଜା, ପ୍ରାଧ୍ୟାପକ ଆଲୋକ ଚନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ଏକ ଶପଥପାଠ ଉତ୍ସବ କରାଯାଇଥିଲା । ଆଭ୍ୟନ୍ତରୀଣ ଅଭିୋଗ କମିଟିର ମୁଖ୍ୟ ଅଧ୍ୟାପିକା ରୀନା ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲା ।