ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର


 ନୂଆପଡ଼ା :ରାମତିର୍ଥ ପାତଳଗଙ୍ଗାର ସାମୁହିକ ବିକାଶ ନିମନ୍ତେ ୧୧ କୋଟି ଟଙ୍କାର ବ୍ୟୟ ଅଟକଳ ଦାବିପତ୍ର ଆଜି ୧୨ ଟାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ତାଙ୍କ ନୂଆପଡା ସ୍ଥିତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ସରକାରଙ୍କ ଠାରେ ପ୍ରେରଣ କରାଯାଇଛି । ଏହାସହ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ଗୋଟି ଜରୁରୀ ଥିବା ରାସ୍ତାକୁ କେନ୍ଦ୍ରୀୟ ସ୍ୱତନ୍ତ୍ର ଯୋଜନାରେ ସାମିଲ କରି ଅତିଶୀଘ୍ର ନିର୍ମାଣ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।