ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଯାଜପୁର ଟାଉନ: ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କ ମାଙ୍କ ସହ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଜÿିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏଡିଓ ରାଜେଶ କୁମାର ସ୍ୱାଇଁ, ଏଡ଼ିଓ ଅଜୟ କୁମାର ପାତ୍ର ଓ ଡ଼ିଏସଏସ କୁମାରସେନ ସେନାପତି ଉପସ୍ଥିତ ରହି ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସୂଚନା ଅନୁଯାଇ ଜÿିଲ୍ଲାରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କା ୫୬୫ ନମ୍ବର ରଖି ପ୍ରଥମ, ମୃତ୍ୟୁଞ୍ଜୟ ସାହୁ (୫୬୩) ହିଙ୍ଗୁଳା ସରକାରୀ ହାଇସ୍କୁଲ ଶଙ୍ଖଚିଲା ଦ୍ୱିତୀୟ ଓ ସଂସିତା ମହାନ୍ତି (୫୫୬) ଖଡ଼ିଅଙ୍ଗ ସରକାରୀ ହାଇସ୍କୁଲ, ବଡ଼ଚଣା ତୃତୀୟ ସ୍ଥାନ ଅଧିକାର କରି ଯାଜପୁରର ଗୌରବ ବଢ଼ାଇଛନ୍ତି । ତତ ସହିତ ଯାଜପୁର ଜÿିଲ୍ଲାରେ ୬୧ ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି ଏବଂ ପାସ ହାର ୯୫.୯୨% ଅଛି । ଜÿିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।