ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନର ପ୍ରତିବାଦ ସଭା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଆଇସିସିଟିୟୁର ଜିଲ୍ଲା ପ୍ରତିନିଧି ଶ୍ରୀନିବାସ ସାହୁଙ୍କ ସଭାପତିତ୍ୱରେ ଆଇଏନ୍ଟିୟୁସି,ଏଆଇଟିୟୁସି, ସିଆଇଟିୟୁ, ଏଚ୍ଏମ୍ଏସ୍, ଏଲ୍ପିଏଫ, ଟିୟୁସିସି, ୟୁଟିୟୁସି ଏବଂ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଆହ୍ୱାନ ଓ କୃଷକ ଓ ସ୍ୱାଧୀନ ଫେଡେରେସନ୍ମାନଙ୍କ ସମର୍ଥନରେ ମଇ ୨୦ ତାରିଖ ଦେଶ ବ୍ୟାପୀ ଧର୍ମଘଟ ଡାକରାକୁ ଦେଶର ସାଂପ୍ରତିକ ପରିସ୍ଥିତିର ବିଚାରକୁ ନେଇ ଭାରତ ବନ୍ଦ ବଦଳରେ ଆଜି ସର୍ବଭାରତୀୟ ପ୍ରତିବାଦ ସଭା ପାଳିତ ହେବା ଅବସରରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କମଳା ସାହୁ, ସର୍ବଜ୍ଞ ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଶାନ୍ତିପ୍ରିୟା ସାହୁ, କେଦାର ମଲ୍ଲିକ ଓ ସରୋଜ ଶତପଥୀ ପ୍ରମୁଖ ବକ୍ତାଭାବେ ଯୋଗ ଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, ସମସ୍ତ ଶ୍ରମିକଙ୍କ ମାସିକ ଦରମା ସର୍ବନିମ୍ନ ୨୬ହଜାର ଟଙ୍କା ଘୋଷଣା କରିବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବା, ସର୍ବନିମ୍ନ ମାସିକ ପେନସନ୍ ୯ହଜାର ଟଙ୍କା, ବିଡ଼ି ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ଯୋଗାଇବା, ପୁରୁଣା ପେନ୍ସନ୍ ନୀତି କାର୍ଯ୍ୟକାରୀ କରିବା, ଇପିଏଫ, ଇଏସ୍ଆଇ, ବୋନସ୍ ଓ ଗ୍ରାଚୁ୍ୟଇଟି କ୍ଷେତ୍ରରେ ଥିବା ସିଲିଂ ପ୍ରତ୍ୟାହାର କରିବା, ସମସ୍ତଙ୍କୁ ରେସନକାର୍ଡ ଯୋଗାଇବା, ପେଟ୍ରୋଲ ଡିଜେଲ ଉପରୁ ଏକସାଇଜ୍ ଡୁ୍ୟଟି ପ୍ରତ୍ୟାହାର କରିବା, ଫସଲର ଦର ପାଇଁ ସ୍ୱାମୀନାଥନ୍ଙ୍କ ସୁପାରିଶ କାର୍ଯ୍ୟକାରୀ କରିବା, ସରକାରୀ ସଂପତିକୁ ବିକି୍ର ବନ୍ଦ କରିବା, ବିଦୁ୍ୟତ୍ ବିଲ୍-୨୦୨୨କୁ ପ୍ରତ୍ୟାହାର କରି ବିଦୁ୍ୟତ୍ର ଘରୋଇକରଣ ବନ୍ଦ କରିବା, ସ୍ମାର୍ଟମିଟର ବସାଇବା ବନ୍ଦ କରିବା, କାମ କରିବାର ଅଧିକାରକୁ ସମ୍ବିଧାନରେ ମୌଳିକ ଅଧିକାର କରିବା, ମନରେଗାରେ ଦୈନିକ ୬୦୦ଟଙ୍କା ମଜୁରୀରେ ୨୦୦ଦିନର କାମ ଗ୍ୟାରେଣ୍ଟି କରିବା ସହ ଏହି ଯୋଜନାକୁ ସହରାଂଳରେ କାର୍ଯ୍ୟକାରୀ କରିବା, ନୂଆ ଶିକ୍ଷା ଆଇନ-୨୦୨୦କୁ ବାତିଲ କରିବା, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଯୋଗାଇ ଦେବା, ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩କୁ ବାତିଲ କରି ଆଦିବାସୀ ଭୂମିହୀନ ଲୋକମାନଙ୍କୁ ଜମି ଦେବା ସୁନିଶ୍ଚିତ କରିବା, ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବନ୍ଦ କରିବା, ଦେଶର ସଂଘୀୟ ବ୍ୟବସ୍ଥାର ସୁରକ୍ଷା ସହ ଧର୍ମୀୟ ଆଚରଣ କ୍ଷେତ୍ରରେ ସ୍ୱାଧୀନତା ଅକ୍ଷୂର୍ଣ୍ଣ ରଖିବା, ୪୫ ଭିତରେ ୟୁନିୟନ ପଞ୍ଜିକରଣ କରାଇବା, ସମସ୍ତ ସ୍କିମ୍ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଇତ୍ୟାଦି ଦାବିରେ ଶ୍ରମିକ ସଂଗଠନମାନେ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି । ସେହି ଧର୍ମଘଟକୁ କୃଷକ ସଂଗଠନ ସମେତ ଅନ୍ୟାନ୍ୟ ବହୁ ସ୍ୱାଧୀନ ଫେଡେରେସନ୍ ସମର୍ଥନ ଘୋଷଣା କରିଛନ୍ତି । ଶେଷରେ ସୁଜାତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ନୀଳଗିରି: ସିପିଆଇ(ଏମ)ର ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସାଧାରଣ ଧର୍ମଘଟ ଓ ପ୍ରତିବାଦ ସଭା ଜୁଲାଇ ୯ ତାରିଖକୁ ଘୁଞ୍ଚôବାକୁ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାଇ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଶ୍ରମିକମାନଙ୍କ ସହିତ ସମସ୍ତ ବର୍ଗର ଲୋକଙ୍କ ଉପରେ ଆକ୍ରମଣ କରୁଛି । ଏହାକୁ ପ୍ରତିବାଦ କରି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରସନ୍ ମାନେ ଚଳିତ ମାସ ୨୦ ତାରିଖ ରେ ସାଧାରଣ ଧର୍ମଘଟ ଡାକରା ଦେଇଥିଲା । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେ ନେଇ ଉକ୍ତ ଧର୍ମଘଟକୁ ଆସନ୍ତା ଜୁଲାଇ୯ ତାରିଖକୁ କରିବା ପାଇଁ ସ୍ଥିର କରାଯାଇଛି । ସେଥିପାଇଁ ସିଟୁ ପକ୍ଷରୁ ସୋମନାଥପୁରର ତିନୋଟି ଡିପୋ ଓ ବାଲେଶ୍ୱର ବସ ଷ୍ଟାଣ୍ଡରେ ପ୍ରତିବାଦ ସଭା କରାଯାଇଛି । ଉକ୍ତ ସଭାରେ ମୋଟର ଟ୍ରାନ୍ସପୋର୍ଟ ୟୁନିଅନର ସାଧାରଣ ସମ୍ପାଦକ ରାଜକିଶୋର ଲେଙ୍କା ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ଉକ୍ତ ସଭା ରେ ସାଥୀ ଅମର ରାଉତ, ଅକ୍ଷୟ ସ୍ୱାଇଁ, ସୁଶାନ୍ତ ସାହୁ, ମଦନ ବେହେରା, ଭୋଳାନାଥ ବଳ, ସେକ୍ ମୁବାରକ, ନିତ୍ୟାନନ୍ଦ ମଲ୍ଲିକ, ସଂଜୀବ ମଲ୍ଲିକ, ଙ୍କ ସମେତ ବହୁ ସାଥୀ ଉପସ୍ଥିତ ରହି ଆସନ୍ତା ଜୁଲାଇ ୯ ତାରିଖ ଧର୍ମଘଟ କୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ପରେ ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା ।