ରକ୍ତଦାନ ଶିବିର
ଧର୍ମଶାଳା: ସମାଜ କଲ୍ୟାଣ ଶିକ୍ଷକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହ ସଙ୍ଗଠନର ବାର୍ଷିକ ମୁଖପତ୍ର ସେବାଶ୍ରୀ ଉନ୍ମୋଚନ ହୋଇଯାଇଛି । ଶିବିରରେ ୨୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସଙ୍ଗଠନ ସଭାପତି ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ ଶତପଥୀ, ସମାଜସେବୀ ମାଧୁରୀ ଶତପଥୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ଶିକ୍ଷାବିତ ମନୋରଞ୍ଜନ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ସାହିତି୍ୟକ ରାଜ କିଶୋର ପାଢୀ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ପଣ୍ଡିତ କାମଦେବ ଶତପଥୀ ପ୍ରମୁଖ ଯୋଗଦେଇ ଶିକ୍ଷକଙ୍କ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସଙ୍ଗଠନ ସମ୍ପାଦକ ସେକ୍ ସାମସୁଦ୍ଧିନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଙ୍ଗଠନ ସଦସ୍ୟ ତଥା ଶିକ୍ଷକ ଅନିଲ ମହାରଣା, ଚିତରଞ୍ଜନ କର, ସୋନାଲିକା ପରିଡା, ସୁଭଦ୍ରା ଦାସ, ରଶ୍ମୀରଞ୍ଜନ ସାହାଣୀ, କ୍ଷିତିଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୬ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଜିତେନ୍ଦ୍ର କୁମାର ଧନ୍ୟବାଦ ଦେଇଥିଲେ ।