ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକୋତ୍ସବ
କେନ୍ଦ୍ରାପଡା: ସମାଜସେବା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ୫ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭିନ୍ନ ଏକ ବିଶ୍ୱକର୍ମା କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଏସସିଇଆରଟି ଆସିଷ୍ଟାଣ୍ଟ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ମୁଖ୍ୟଅତିଥି, ସମ୍ମାନୀତଅତିଥି ହରିହର କ୍ଷେତ୍ର ମାହାଳର ଦେବଦାସୀ ମୋହିନୀ ମା’, ଉତର ପ୍ରଦେଶ ହରିଦ୍ୱାର ସ୍ମୃତିପୁର ଆଶ୍ରମର ମହନ୍ତ ସନ୍ତୋଷ ଚୈତନ୍ୟ, ‘ହିମ୍ମତ୍’ର ସମ୍ପାଦକ କମଳାକାନ୍ତ ଦାସ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମର ମହନ୍ତ ଚେତନାନନ୍ଦ ଦାସ ମହାରାଜ, ବ୍ରହ୍ମଚାରୀସ୍ୱରୂପ ଚୈତନ୍ୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ମଞ୍ଚ ପରିଚାଳନା କରିଥିଲେ । “ଭିନ୍ନ ଏକ ବିଶ୍ୱକର୍ମା” ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ତୁଳସୀ ମହିଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ଶାନ୍ତି ମା’, ଶାବର ଶ୍ରୀକ୍ଷେତ୍ର କୋରାପୁଟ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ନାୟକ, ବଳଦେବଜୀଉଙ୍କ ଆଦ୍ୟସେବକ ମାଧବ ଚନ୍ଦ୍ର ପତି, ବଳଦେବ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ନରହରି ଦାସ, ଶିକ୍ଷକଙ୍କର ଶିକ୍ଷକ ବର୍ଷୀୟାନ ବନବିହାରୀ ଦାସ, ଜଗନ୍ନାଥଙ୍କ ସେବକ ନନ୍ଦକିଶୋର ମିଶ୍ର, ସମାଜସେବୀ କେଶବ ଚନ୍ଦ୍ର ସୂତାରଙ୍କୁ ଟ୍ରଷ୍ଟ ପକ୍ଷରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ‘ଛାଟ ନାହିଁ ତ ପାଠ ନାହିଁ’ ନାଟକ ଦର୍ଶକଙ୍କୁ ବିମୋହିତ କରିଥିଲା । କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜର ଧର୍ମରାଜ ଦାସ ଓ ତୁଳସୀ ମହିଳା ମହାବିଦ୍ୟାଳୟର ସୁମିତ୍ରା ପାଣିଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ରାଜେଶ କୁମାର ବାରିକ, ସଂଗ୍ରାମ ଦାସ, ତପନ ନାଥ, ସତ୍ୟବ୍ରତ ପ୍ରଧାନ, କାଳିନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ ଶୋଭନୀୟ ଆନେ୍ଦାଳନ ପକ୍ଷରୁ ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ, ଗୁରୁମା ମମତା ମଲ୍ଲ, ହିମାଂଶୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।