ରଥଯାତ୍ରା ଲୋକନୃତ୍ୟ ମହୋତ୍ସବ

 ପୁରୀ : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ବଡ଼ଶଙ୍ଖ ଠାରେ ୩୪ତମ  ରଥଯାତ୍ରା ଲୋକନୃତ୍ୟ ମହୋସôବ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ସମାଜସେବୀ ଭଗବାନ ସୁଆର, ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସୁରେନ୍ଦ୍ର ନାଥ ପଣ୍ଡା ଓ ଏମବିସି ଟିଭିର ଅଧ୍ୟକ୍ଷ ଡ଼. ବଦ୍ରିକା ନାଥ ପଟ୍ଟନାୟକ । ଏହି ଅବସରରେ ଅତିଥିମାନେ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ୩୪ବର୍ଷ ଧରି ଏହି ମଞ୍ଚ ବହୁ କଳାକାରଙ୍କୁ ସେମାନଙ୍କ ଅଞ୍ଚଳର ଲୋକ କଳା ପ୍ରଦର୍ଶନ କରିବାର ସୁଯୋଗ ଦେଇଆସୁଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିପାଇଁ ଧନ୍ୟବାଦର ପାତ୍ର । ଅନୁଷ୍ଠାନର ସାଧାରଣ ସଂପାଦକ ଅଶ୍ୱିନୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଗଠନ ସଂପାଦକ ଲକ୍ଷ୍ମୀ ନାରାୟଣ ଦାସ ମହୋସôବ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ପ୍ରଧାନ ଧୀରେନ୍ ରାୟ, ଦେବାଶିଷ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଶ୍ରୀମତୀ ସନ୍ଧ୍ୟାରାଣୀ ରଥ । ଘୋଷକ ଥିଲେ ସାଂସ୍କୃତିକ ସଂଗଠକ ଶେଷଦେବ ସାହୁ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଦେବୀ, ଚିକିସôା କ୍ଷେତ୍ରରେ ଡ଼ା. ସତ୍ୟବ୍ରତ ତ୍ରିପାଠୀ, ଉତ୍ତମ ମହିଳା ଉଦ୍ୟୋଗୀ ଭାବେ ଶ୍ରୀମତୀ ସସ୍ମିତା ମହାନ୍ତି, ଶିଳ୍ପପତି ପବିତ୍ର କୁମାର ରାଉତରାୟ, ଆଇନକ୍ଷେତ୍ରରେ ଆଡ଼ଭୋକେଟ ପ୍ରେମାନନ୍ଦ ମହାନ୍ତି, ସମାଜସେବା କ୍ଷେତ୍ରରେ କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀମତୀ ମଞ୍ଜୁଲତା ମହାରଣା, ଶ୍ରୀମତୀ ସୁଚରିତା ପାଢୀ, ଗୌରିମଣି ଦାସ, ସନ୍ତୋଷ କୁମାର ପାଣିଗ୍ରାହୀ, ସଂଗୀତ ଅନୁଷ୍ଠାନ ନବପ୍ରତିଭାର ନିଦେ୍ର୍ଦଶକ ଅଶୋକ କୁମାର ଦାସ, ସଂଗୀତ କ୍ଷେତ୍ରରେ ଭବାନୀପାଟଣାର ସୁରସଂଗୀତ ଅନୁଷ୍ଠାନର ନିଦେ୍ର୍ଦଶକ ଜଗନ୍ନାଥ ତ୍ରିପାଠୀ, ହୋଟେଲ ଉଦ୍ୟୋଗୀ ଭାମେ ଅଂଶୁମାନ ଦାସ, ଦୂରସଞ୍ଚାର ସେବା କ୍ଷେତ୍ରରେ ପ୍ରଦୀପ କୁମାର ବଳ, କ୍ରୀଡ଼ା କ୍ଷେତ୍ରରେ ରଜନୀକାନ୍ତ ପଟ୍ଟନାୟକ, ପାଇକଆଖଡ଼ା କ୍ଷେତ୍ରରେ କବିରାଜ ପ୍ରଧାନ ଓ ହାସ୍ୟ ଅଭିନୟ କ୍ଷେତ୍ରରେ ସୁମନ ମହାରଣାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।